ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ସୀମାରେ ପଶିଥିବା ପାକିସ୍ତାନର ଯୁଦ୍ଧ ବିମାନ ଏଫ୍ ୧୬କୁ ନେଇ ନୂଆ ଖୁଲାସା ସାମ୍ନାକୁ ଆସିଛି । ଏହି ଯୁଦ୍ଧ ବିମାନର ପାଇଲଟ ଏସୟୁ-୩୦ ଏବଂ ମିଗ୍-୨୧ ବାଇସନ ସମେତ ଭାରତୀୟ ବିମାନ ଉପରେ ୪୦ ରୁ ୫୦ କିଲୋମିଟର ଦୂରରୁ ୪ ରୁ ୫ଟି ଆମେରିକୀୟ ଏମରାମ ମିସାଇଲ ଛାଡିଥିଲା । ଏହି ଏମରାମ ମିଶାଇଲ ପବନ ଦ୍ୱାରା ଟାର୍ଗେଟ କରିବାର ଏକ ଆମେରିକୀୟ ମିଶାଇଲ ।
ଖବରମୁତାବକ, ପାକିସ୍ତାନର ଏଫ୍ ୧୬ ବିମାନ ଫେବ୍ରୁଆରୀ ୨୭ ରେ ଭାରତୀୟ ବିମାନକୁ ଟାର୍ଗେଟ କରି ପ୍ରାୟତଃ ୪୦ ରୁ ୫୦ କିଲୋମିଟର ଦୂରରୁ ୪ ରୁ ୫ଟି ମିଶାଇଲ ଛାଡିଥିଲା, କିନ୍ତୁ ସମସ୍ତ ମିଶାଇଲ ଟାର୍ଗେଟରୁ ହଟି ଯାଇଥିଲା ।
ଭାରତୀୟ ବାୟୁସେନାର ପାଇଲଟ ଏବଂ ପାକିସ୍ତାନ ମଧ୍ୟରେ ଫେବ୍ରୁଆରୀ ୨୭ ରେ ହୋଇଥିବା ସଂଘର୍ଷରେ ଭାରତୀୟ ମିଗ୍ ୨୧ ର ପାଇଲଟ ଅଭିନନ୍ଦନ ଭର୍ତ୍ତମାନ ପାକିସ୍ତାନ ଏଫ୍ ୧୬ ବିମାନକୁ ଗୁଳି କରି ତଳକୁ ଖସାଇ ଦେଇଥିଲେ । ସେ ଏକ ମାତ୍ର ପାଇଲଟ ଥିଲେ ଯିଏ ସଂଘର୍ଷରେ ଭାରତ ପକ୍ଷରୁ ପାକିସ୍ତାନ ବିମାନ ଉପରେ ହମଲା କରିଥିଲେ ।
ଏହି ଅଭିଯାନ ସେତେବେଳେ ହୋଇଥିଲା ଯେତେବେଳେ ନୌସେରା ସେକ୍ଟରରେ ଭାରତୀୟ ସେନାଙ୍କ ଠିକଣାକୁ ଟାର୍ଗେଟ କରିବାରେ ପାକିସ୍ତାନୀ ଅସଫଳ ହୋଇଥିଲେ ।
ରିପୋର୍ଟ ଅନୁଯାୟୀ ପାକିସ୍ତନେୀ ବାୟୁସେନା ପିଏଏଫ୍ ଇରାଦର ଗୋଟେ ବିଗ୍ରେଡ ମୁଖ୍ୟ କାର୍ଯ୍ୟାଳୟ, ଗୋଟେ ବଟଲିୟନର ମୁଖ୍ୟାଳୟ ଏବଂ ଗୋଟେ ତେଲ ଭଣ୍ଡାର ଉପରେ ଧମାକା ଉପରେ ଧମାକା କରାଇବାର ଥିଲା ।
ଫେବ୍ରୁଆରୀ ୨୮ ରେ ଭାରତ ପ୍ରଥମେ ଏକ ପ୍ରେସ କନଫରନ୍ସେ ଜରିଆରେ ଭାରତୀୟ ବିମାନ ଉପରେ ଟାର୍ଗେଟ କରାଯାଇଥିବା ଏମରାମ ମିଶାଇଲର କିଛି ଅଂଶ ଦେଖାଇ ସାରିଛି । ଏହି ସମ୍ବନ୍ଧରେ ଅଧିକ ପ୍ରମାଣ ହୁଏତ ପାକିସ୍ତାନ ପାଇଁ ଅସୁବିଧା ହୋଇପାରେ ।