ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରସରକାରଙ୍କ ଦ୍ୱାରା ସଂସଦରେ ଶୁକ୍ରବାର ବର୍ଷ ୨୦୧୯-୨୦ ର ଅନ୍ତରୀଣ ବଜେଟ୍ ଆଗତ ହୋଇଯାଇଛି । ବଜେଟ୍ ଆଗତର କିଛି ଘଣ୍ଟା ମଧ୍ୟରେ ଏହାକୁ ନେଇ ସୁପ୍ରିମ୍ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଅଡଭୋକେଟ୍ ମନୋହର ଲାଲ ଶର୍ମାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍ ରେ କୁହାଯାଇଛି କି ସମ୍ବିଧାନରେ ଅନ୍ତରୀଣ ବଜେଟ୍ ଭଳି କୌଣସି ପ୍ରାବଧାନ ନାହିଁ, ସେଥିପାଇଁ ଏହି ବଜେଟ୍ କୁ ଖାରଜ କରିଦେବା ଉଚିତ୍ ।
ଅର୍ଜିଦାତାଙ୍କ କହିବା ଅନୁସାରେ, ସମ୍ବିଧାନ ହିସାବରେ କେବଳ ପୂର୍ଣ୍ଣ ବଜେଟ୍ ଏବଂ ଲେଖାନୁଦାନ ଆଗତ କରିବାର ହିଁ ପ୍ରାବଧନ ଅଛି । ନିର୍ବାଚନରେ ଲେଖାନୁଦାନକୁ ସିମିତ ସମୟ ପାଇଁ ସରକାରୀ ଖର୍ଚ୍ଚର ପୂର୍ତ୍ତିରେ ନିଆଯାଉଥିବା ମଞ୍ଜୁରୀ ଅଟେ । ମାତ୍ର ପୂର୍ଣ୍ଣ ବଜେଟ୍ କୁ ନିର୍ବାଚନ ପରେ ଗଠିତ ହୋଇଥିବା ସରକାର ଆଗତ କରିଥାନ୍ତି ।
ଖବରମୁତାବକ, ଗତବର୍ଷ ଡିସେମ୍ବର ମାସରେ ବି ଆଡଭୋକେଟ୍ ମନୋହର ଲାଲ ଶର୍ମା କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରମି କୋର୍ଟରେ ପହଁଚି ଥିଲେ । କିନ୍ତୁ ସେତେବେଳେ ଆରବିଆଇର କ୍ୟାପିଟାଲ ରିଜର୍ବ ସହ ଜଡିତ ପ୍ରସଙ୍ଗ ଉପରେ ଜରୁରୀ କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିରୋଧରେ ଜନହିତ ପିଟିସନ୍ ପାଇଁ ଶୀର୍ଷ ଅଦାଲତ ତାଙ୍କ ଉପରେ ୫୦ ହଜାର ଟଙ୍କା ଜରିମନା ଲଗାଇଥିଲେ ।