ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଇଲାହାବାଦ ହାଇକୋର୍ଟର ବିଚାରପତି ରଙ୍ଗନାଥ ପାଣ୍ଡେ । ଯେଉଁଥିରେ ସେ ସୁପ୍ରିମ କୋର୍ଟରେ ଜଜ୍ ଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇବା ସହ ସଙ୍ଗୀନ ଆରୋପ ଲଗାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଲେଖିଥିବା ଏହି ଚିଠିରେ ବିଚାରପତି ପାଣ୍ଡେ ଲେଖିଛନ୍ତି କି, ‘ନିଯୁକ୍ତିରେ କୌଣସି ନିଶ୍ଚିତ ମାପଦଣ୍ଡ ନାହିଁ, ଏହି ସମୟରେ କେବଳ ପରିବାରବାଦ୍ ଏବଂ ଜାତିବାଦ ଚାଲିଛି । ଭାରତକୁ ଏକ ଲୋକତାନ୍ତ୍ରିକ ରାଷ୍ଟ୍ର ରୂପେ ଭାରତୀୟ ସମ୍ବିଧାନ ଘୋଷଣା କରିଥାଏ, ତଥା ଏଥିରୁ ସର୍ବାଧିକ ମହତ୍ୱପୂର୍ଣ୍ଣ ନ୍ୟାୟପାଳିକା ଦୁର୍ଭାଗ୍ୟବସତଃ ବଂଶବାଦ ଏବଂ ଜାତିବାଦରେ ଫସି ରହିଛି । ଏଠାରେ ବିଚାରପତିଙ୍କ ପରିବାର ସଦସ୍ୟ ହିଁ ଆଗାମୀ ବିଚାରପତି ହେବାର ସୁନିଶ୍ଚିତ କରୁଛି ।
ସେ ଏହି ଚିଠିରେ ଆହୁରୀ ମଧ୍ୟ ଲେଖିଛନ୍ତି କି ରାଜନୀତିକ କାର୍ଯ୍ୟକର୍ତ୍ତାର ମୁଲ୍ୟାଙ୍କନ ତାର କାର୍ଯ୍ୟ ଆଧାର କୁ ନେଇ ନିର୍ବାଚନରେ ଜନତାଙ୍କ ଦ୍ୱାରା କରାଯାଇଥାଏ । ଏହି ସେବାରେ ଆସିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ପ୍ରତିଯୋଗୀତା ପରୀକ୍ଷା ଦେବାକୁ ପଡିଥାଏ । ସେହିପରି ନ୍ୟାୟାଳୟରେ ବିଚାରପତିଙ୍କୁ ବି ପ୍ରତିଯୋଗିତା ପରୀକ୍ଷାରେ ଯୋଗ୍ୟ ବିବେଚିତ କରି ବଛାଯାଏ । ମାତ୍ର ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟର ବିଚାରପତିଙ୍କ ନିଯୁକ୍ତିର ଆମ ପାଖରେ କୌଣସି ମାପଦଣ୍ଡ ନାହିଁ ।