ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ସବୁଠାରୁ ଆଗରେ ରହିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜନୀତି କ୍ଷେତ୍ରରେ ନୁହେଁ ବରଂ ସେ ଗୁଗଲ ସର୍ଚ୍ଚ ଇଞ୍ଜିନ୍ ରେ ସବୁଠାରୁ ଆଗରେ ରହିଛନ୍ତି । ଜୁନ୍ ୨୧ ରୁ ଜୁଲାଇ ୧୮ ମଧ୍ୟରେ ଦେଶ-ବିଦେଶରୁ କୋଟି କୋଟି ସଂଖ୍ୟାର ଲୋକ ଗୁଗଲ ରେ ଯୋଗୀ ଆଦିତ୍ୟନାଥଙ୍କ ସହିତ ଜଡିତ ତଥ୍ୟ ଦେଖିଛନ୍ତି । ଲଗାତର ଭାବେ ଲୋକେ ଯୋଗୀଙ୍କ ନାଁକୁ ସର୍ଚ୍ଚ କରି ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି ।
ସେହିପରି ଗୁଗଲ ସର୍ଚ୍ଚିଂ ତାଲିକାରେ ମୁଖ୍ରମନ୍ତ୍ରୀ ଯୋଗୀଙ୍କ ପରେ ଦ୍ୱିତୀୟ ନମ୍ବରରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ, ତୃତୀୟ ସ୍ଥାନରେ ବହୁଜନ ସମାଜବାଦୀ ପାର୍ଟିର ପ୍ରମୁଖ ମାୟାବତୀ, ଚତୁର୍ଥ ସ୍ଥାନରେ ମମତା ବାନାର୍ଜି ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୁଗଲ ସର୍ଚ୍ଚରେ ଆମେରିକାର ବାରାକୋ ଓବାମାଙ୍କୁ ପଛରେ ପକାଇ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଗଲ ଇଞ୍ଜିନରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ବ୍ୟକ୍ତି ହେଉଛନ୍ତି ନରେନ୍ଦ୍ର ମୋଦି ।