ଚେନ୍ନାଇ (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ସାଧାରଣ ନିର୍ବାଚନ । ସବୁଠି ବହୁଛି ନିର୍ବାଚନୀ ହାୱା । ଦିଲ୍ଲୀରୁ ପଲ୍ଲୀ ସବୁଠି ଚାଲିଛି ନିର୍ବାଚନ ଚର୍ଚ୍ଚା । ଏବେ ତାମିଲନାଡୁ ରାଜନୀତିରେ ଏକ ଚର୍ଚ୍ଚା ଜୋର ଧରିଛି । ରଜନୀକାନ୍ତ କାଲି ଘୋଷଣା କରିଥିଲେ କି ସେ ଆଗାମୀ ଲୋକସଭା ଆସନ ଲଢ଼ିବେନି କି ତାଙ୍କ ଦଳ ନିର୍ବାଚନରେ ଭାଗ ନେବନି । ନିର୍ବାଚନ ମଇଦାନକୁ ରଜନୀକାନ୍ତ ଓହ୍ଲାଇବା ପରେ ସେ ନିର୍ବାଚନ ଲଢ଼ିବେ ଏବଂ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଇଥିଲା । କିନ୍ତୁ ସେ ନିର୍ବାଚନ ଲଢ଼ିବାକୁ ମନା କରିବା ପରେ ବିଭିନ୍ନ ଦିଗରୁ ତାଙ୍କୁ ସମାଲୋଚନା କରାଯାଇଛି । ଯେଉଁଥିରୁ ବାଦ ପଡି ନାହାଁନ୍ତି ଅନ୍ୟତମ ଅଭିନେତାରୁ ନେତା ହୋଇଥିବା କମଲ ହାସନ । ସେ ରାଜନୀକାନ୍ତଙ୍କ ଘୋଷଣା ପରେ ତାଙ୍କୁ କଡା ସମାଲୋଚନା କରିଛନ୍ତି ।
ଜଣେ ମଲ୍ଲ ଯୋଦ୍ଧା ଦେହରେ ତେଲ ମାରି ଲଢ଼ିବା ପାଇଁ ରିଙ୍ଗ ଭିତରେ ପ୍ରବେଶ କରିବା ପରେ ରିଙ୍ଗ ମଧ୍ୟରୁ ବାହାରି ପଡିବା ଉଚିତ ନୁହେଁ । ଏଭଳି ଭାବରେ କଡା ସମାଲୋଚନା କରିଛନ୍ତି କମଲ ହାସନ । ଯାହାକୁ ନେଇ ରାଜନୈତିକ ମହଲରେ ବହୁ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଦୁଇ ଦକ୍ଷିଣୀ ଅଭିନେତା ରାଜନୀତି ମଇଦାନରେ ପାଦ ଦେବା ପରେ ଏମାନେ ନିଜେ ନିଜେ ଗୋଟିଏ ପାର୍ଟି ଗଠନ କରିଛନ୍ତି । ତାଙ୍କ ଦଳର ନାଁ ମକ୍କଲ ନିଧି ମଇମା(ଏମଏନ୍ଏମ୍)। ଗତ ବର୍ଷ ଡିସେମ୍ବର ମାସରେ କମଲ୍ ହାସନ୍ ଘୋଷଣା କରିଥିଲେ ଯେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ।
ସୂଚନା ଯୋଗ୍ୟ, ଗତକାଲି ରଜନୀକାନ୍ତ ଘୋଷଣା କରିଥିଲେ ସେ ଲୋକସଭା ଆସନ ଲଢ଼ିବେନି । କି ତାଙ୍କ ଦଳ ନିର୍ବାଚନରେ ମଧ୍ୟ ଭାଗ ନେବ ନାହିଁ । ଯେଉଁ ଦଳ ରାଜ୍ୟର ପାଣି ସମସ୍ୟା ବୁଝିବ ସେ ତାକୁ ସପୋର୍ଟ କରିବେ । ଯାହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇ ଥିଲା । କହି ରଖୁଛି ଉଭୟ ରଜନୀମାନ୍ତ ଏବଂ କମଲ ହାସନ ହେଉଛନ୍ତି ଦକ୍ଷିଣୀ ଫିଲ୍ମ ଜଗତରେ ବହୁ ଚର୍ଚ୍ଚିତ ଚେହେରା । ଉଭୟ ବଲିଉଡରେ ମଧ୍ୟ ବହୁ ହିଟ ଫିଲ୍ମରେ ଅଭିନୟ କରିଛନ୍ତି । କମଲ ହାସନଙ୍କ ଝିଅ ଶ୍ରୃତି ହାସନ ଏବେ ଉଭୟ ଦକ୍ଷିଣୀ ଏବଂ ବଲିଉଡରେ ଅଭିନୟ କରି ଦର୍ଶକଙ୍କ ମନ ମୋହି ପ୍ରିୟ ହୋଇଛନ୍ତି ।