ନୂଆଦିଲ୍ଲୀ(ଏଟିଆରବ୍ୟୁରୋ): ନୂତନ ବର୍ଷର ଆରମ୍ଭ ନହେଉଣୁ ମିଳିଳାଣି ଉପହାର । ସମସ୍ତ ସରକାରୀ କର୍ମଚାରୀଙ୍କୁ ନବବର୍ଷ ଉପଲକ୍ଷେ ମୋଦି ସରକାରଙ୍କ ପକ୍ଷରୁ ମିଳିଲା ଉପହାର । ଆଜି ନ୍ୟାସନାଲ ପେନସନ ସ୍କିମ(ଏନପିଏସ)ରେ ପରିବର୍ତ୍ତନ ସହ ସରକାର ମଧ୍ୟ ନିଜର ଯୋଗଦାନ ବଢାଇଛନ୍ତି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ପୂର୍ବରୁ ଏହି ସ୍କିମରେ ସରକାରଙ୍କ ଯୋଜନା ୪ ପ୍ରତିଶତ ରହିଥିଲା । କିନ୍ତୁ ଆଜି ତାହା ପରିବର୍ତ୍ତନ ହୋଇ ୧୪ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହାସହ ପୂରା ରାଶିରୁ ୬୦ ପ୍ରତିଶତ ରାଶି ଟ୍ରାନ୍ସଫର ମଧ୍ୟ ହେଇପାରିବ । ପୂର୍ବରୁ ଏହା ୪୦ ପ୍ରତିଶତ ରହିଥିବା ବେଳେ ଏବେ ତାହାକୁ ବଢାଇ ଦିଆଯାଇଛି । ଏବେ କର୍ମଚାରୀଙ୍କ ପାଖରେ ଆୟ ଉପାôଦ କିମ୍ବା ସେୟାର ଇକ୍ୱିଟିରେ ନିବେଶର ବିକଳ୍ପ ନିଶ୍ଚିୟ ରହିଥିବ । କର୍ମଚାରୀମାନେ ଅବସର ସମୟରେ ଏନପିଏସରରେ ଜମାଧନର କିଛି ବି ଅଂଶ ବାହାର ନକରି ୧୦୦ ପ୍ରତିଶତ ପେନସନ ଯୋଜନା ହସ୍ତାନ୍ତର କରିବା ଦରକାର । ତାହାଲେ ଯାଇଁ ତାଙ୍କ ପେନସନ ଶେଷଥର ପାଇ ୫୦ପ୍ରତିଶତରୁ ଅଧିକ ହେବ । ଏନପିଏସ ହେଉଛି ଏକ ରିଟାୟାରମେଣ୍ଟ ସେଭିଂ ଆକାଉଣ୍ଟ । ଏହି ଯୋଜନା ଭାରତ ସରକାରଙ୍କ ପକ୍ଷରୁ ୨୦୦୪ ଜାନୁଆରୀ ୧ରୁ ପ୍ରଥମେ ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଥିଲା । ପରେ ଏହି ଯୋଜନା ଅନ୍ୟ କର୍ମଚାରୀଙ୍କ ଲାଗି ମଧ୍ୟ ଲାଗୁ କରି ଦିଆଯାଇଥିଲା ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024