ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ଜନ୍ମ ଦିନ ରହିଛି । ଏହି ଅବସରରେ ଆଜି କଂଗ୍ରେସ ଭବନରେ ଉତ୍ସବର ଆୟୋଜନ ହୋଇଛି । ମାତ୍ର ଆଜି ରାହୁଳ ନିଜ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଜଣାଇଛନ୍ତି । ବିହାରରେ ଚମକି ଜରରେ ୧୩୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହିଭଳି ଏକ ସମୟରେ ତାଙ୍କର ଜନ୍ମଦିନ ପଡଥିବାରୁ ସେ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ମନା କରିଛନ୍ତି ।
ସେ ଆଜି କଂଗ୍ରେସ ଭବନ ଆସି କେବଳ ଶୁଭେଚ୍ଛୁଙ୍କଳୁ ଭେଟିବେ ବୋଲି ସୂଚନା ମିଳିଛି । ତେବେ ଆଜି ରାହୁଳଙ୍କ ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଳଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ ରାହୁଳଙ୍କର ଲମ୍ବା ଜୀବନ କାମନା କରିଛନ୍ତି । ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାହୁଳଙ୍କୁ ଜନ୍ମଦିନରର ଶୁଭେଚ୍ଛା ଜଣାଣଇଛନ୍ତି ।
ମମତା ହିନ୍ଦୀ ଓ ବଙ୍ଗଳା ଭାଷାରେ ଟ୍ୱିଟ କରି ରାହୁଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଗତ କିଛି ଦିନ ହେଲା ବିହାରରେ ଚମକି ଜ୍ୱରରେ ୧୩୫ ଜଣରୁ ଅଧିକ ଶିଶୁଙ୍କର ଏଯାବତ ମୃତ୍ୟୁ ହୋଇ ସାରିଲାଣି । ଯାହାକୁ ନେଇ ସାରା ଦେଶରେ ଏବେ ଶୋକର ଛାୟା ଖେଳି ଯାଉଛି । ସେହଭଳି ଓଡିଶାରେ ମଧ୍ୟ ଏହାର ପ୍ରଭାବକୁ ନେଇ ସମସ୍ତେ ଆଶଙ୍କାରେ ରହିଛନ୍ତି ।