ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ବି ଅନେକ ଲୋକ ଇଣ୍ଡିଆନ୍ ପୋଷ୍ଟ ଅଫିସରେ ଟଙ୍କା ନିବେଶ କରୁଛନ୍ତି । ଯଦି ଆପଣ ବି ପୋଷ୍ଟ ଅଫିସ ସ୍କିମ ରେ ଟଙ୍କା ନିବେଶ କରିବାକ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସବୁଠୁ ଭଲ ହେଉଛି କିଶାନ ବିକାଶ ପତ୍ର ସ୍କିମ୍ । ଏହି ଯୋଜନାରେ ଏକ ନିର୍ଦ୍ଧିଷ୍ଟ ଅବଧି ପର୍ଯ୍ୟନ୍ତ ଟଙ୍କା ଲଗାଇବା ଦ୍ୱାରା ନିବେଶର ଦୁଇ ଗୁଣା ଟଙ୍କା ପ୍ରାପ୍ତ ହେବ । ତେବେ ଆସନ୍ତୁ ଏହି ଯୋଜନା ବିଷୟରେ ବିସ୍ତୃତ ଭାବେ ଜାଣିବ..
ଏହି ଯୋଜନାରେ ୧୦ ବର୍ଷ ୪ ମାସ ପାଇଁ ଟଙ୍କା ନିବେଶ କରିବା ଉପରେ ଆପଣଙ୍କୁ ଦୁଇଗୁଣା ମିଳିବ । ଏଥିପାଇଁ ଆପଣଙ୍କୁ ପୋଷ୍ଟ ଅଫିସରୁ କିଶାନ ବିକାଶ ପତ୍ର କିଣିବାକୁ ହେବ । ଏକ ହଜାରଠୁ ନେଇ ଆପଣଙ୍କ ସକ୍ଷମ ଅନୁସାରେ ଆପଣ ଏଥିରେ ନିବେଶ କରିପାରିବେ । ଆପଣ ଯ୍ତେିକି ଟଙ୍କାର କିଶାନ ବିକାଶ ପତ୍ର କିଣିବେ ସେତିକି ଟଙ୍କାର କିଶାନ ବିକାଶ ପତ୍ରର ସାର୍ଟିଫିକେଟ ପାଇବେ । ମ୍ୟାଚୁରିଟି ପରେ ଆପଣ ଏହି ସାର୍ଟିଫିକେଟକୁ ଦେଖାଇ ଟଙ୍କା ପ୍ରାପ୍ତ କରିପାରିବେ ।