ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବ ଓଡିଶାର ପ୍ରଜ୍ଞାନମେଢ । ଚଳିତବର୍ଷ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୧୬ରାଜ୍ୟ ସହ ୫ଟି ମନ୍ତ୍ରଣାଳୟର ପ୍ରଜ୍ଞାନ ମେଢ ପ୍ରଦର୍ଶନ ହେବା ପାଇଁ ଅନୁମତି ମିଳିଛି । ସେଥିମଧ୍ୟରୁ ଓଡିଶାର ପ୍ରଜ୍ଞାନ ମଢ ଅନ୍ୟତମ । ଓଡିଶା ପରମ୍ପରା ରୀତିନୀତି ପାଇଁ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦୁଇବର୍ଷ ପରେ ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶାର ପ୍ରଜ୍ଞାନ ମେଢ ସାମିଲ ହୋଇଥିବା ବେଳେ ଏହି ପ୍ରଜ୍ଞାନ ମେଢରେ ଲିଙ୍ଗରାଜ ମନ୍ଦିର ସହ ଅଶୋକାଷ୍ଟମୀରେ ଅନୁଷ୍ଠିତ ହେଉଥିବା ରୁକୁଣା ରଥକୁ ପ୍ରଦର୍ଶିତ କରାଯିବ । ଦିଲ୍ଲୀରେ ପ୍ରଦର୍ଶତ ହେବାକୁଥିବା ଏହି ପ୍ରଜ୍ଞାନ ମେଢର ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇଯାଇଛି ।
ସୂଚନାନୁଯାୟୀ ଏହି ମେଢର ଉପରେ ୮ଜଣ ନୃତ୍ୟଶିଳ୍ପୀ ଓଡିଶୀ ଛନ୍ଦରେ ନୃତ୍ୟ ପରିବେଷଣ କରିବା ସହ ମେଢର ତଳେ ଦୁଇପାଶ୍ୱର୍ରେ ୨୦ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ । ସମସ୍ତ ନୃତ୍ୟ ଶିଳ୍ପୀମାନେ ସମ୍ବଲପୁରୀ, ଡାଲଖାଇ ସଙ୍ଗୀତର ତାଳରେ ନୃତ୍ୟ ପ୍ରଦର୍ଶନ କରିବେ । ଏହି ପ୍ରଜ୍ଞାନମେଢକୁ ଚତୁର୍ଥ ଥର ପାଇଁ ପ୍ରସିଦ୍ଧ ଶିଳ୍ପୀ ଗଜେନ୍ଦ୍ର ସାହୁ ନିର୍ମାଣ କରୁଛନ୍ତି । ପୁର୍ବରୁ ୨୦୦୯ରେ ଖଣ୍ଡଗିରି ଉଦୟଗିରି ଗୁମ୍ଫା, ୨୦୧୬ରେ ବୋଇତ ବନ୍ଦାଣ ଓ ୨୦୧୭ରେ ଦୋଳ ମେଳଣ ପ୍ରଦର୍ଶତ ହୋଇଥିଲା ।