ନୂଆଦିଲ୍ଲୀ (ଏଟିଆର ବ୍ୟୁରେ।): ପ୍ରତି ବର୍ଷ ଆମ ଗମନା ଗମନକୁ ନଜରରେ ରଖି ରାଜ୍ୟ ସରକାର କିଛି ପଦକ୍ଷପ ନେଇଥାନ୍ତି । ସାରା ଭାରତ ବର୍ଷର ସବୁଠାରୁ ପୁରାତନ ବ୍ୟବସ୍ଥା ହେଉଛି ରେଳ ଚଳାଚଳ । ପ୍ରଥମେ ରେଳ ଇଞ୍ଜିନକୁ ଚଳାଇବା ପାଇଁ କୋଇଲା ବ୍ୟବହାର କରାଯାଉଥିଲା । ବହୁ ଦିନ ପରେ ଧୀରେ ଧୀରେ ଏହାକୁ ବଦଳାଇ ବିଦ୍ୟୁତ ମାଧ୍ୟମରେ ଚଳାଚଳ କରାଗଲା । ବର୍ତ୍ତମାନ ଯୁଗରେ ରେଳ ଇଞ୍ଜିନ ଗୁଡିକ କିଭଳି ଶିଘ୍ର ଆମକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ସେନେଇ ସରକାର ଯୋଜନା କରୁଛନ୍ତି ।
ଖୁବଶିଘ୍ର ଭାରତୀୟ ରେଳବାଇରେ ଏମିତି ଏକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏବେ ଏମିତି ଏକ ଇଞ୍ଜିନ୍ ତିଆରି ହେଇଛି ଯାହା ଆମ ଗନ୍ତବ୍ୟ ସ୍ଥଳରେ ଖୁବଶିଘ୍ର ପହଞ୍ଚଇ ଦେବ । ଏହାର ସଫଳ ପରିକ୍ଷଣ ମଧ୍ୟ ହୋଇ ସାରିଛି । ସୂଚନା ଅନୁଯାଇ ପଶ୍ଚିମବଙ୍ଗର ଚିତ୍ତରଞ୍ଜନ ଲୋକୋମେଟିଭ ୱାର୍ସ୍କ ଦ୍ୱାରା ଏହି ଇଞ୍ଜିନ ତିଆରି କରାଯାଇଛି ।
ରେଳ ମନ୍ତ୍ରୀ ପିୟୁସୁ ଗୋୟାଲ ଏହି ଇଞ୍ଜିନର ଏକ ଭିଡିଓ କରି ନିଜ ଟ୍ୱିଟ୍ ରେ ଲେଖିଛନ୍ତି ଯେ ଖୁବଶିଘ୍ର ଏହି ଇଞ୍ଜିନ ପରିବହନ କାର୍ଯ୍ୟରେ ଲଗାଯିବ । ଏହାପରେ ଜନସାଧାରଣଙ୍କ ଗମନା ଗମନା କରିବା ପାଇଁ ଉଦ୍ଦିଷ୍ଟ କରାଯିବ । ଏହି ଇଞ୍ଜିନ ଘଣ୍ଟାପ୍ରତି ୧୮୦ କିଲୋମିଟରରେ ଗତି କରିବ । ଏହି ଇଞ୍ଜିନ ମେକଇନ୍ ଇତ୍ତିଆ ପ୍ରକଳ୍ପ ଅଧୀନରେ ତିଆରି କରାଯାଇଛି ।