ପଞ୍ଜାବ ( ଏଟିଆର ବ୍ୟୁରୋ): ଜାମ୍ମୁୂକାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରଠାରୁ ଭାରତରେ ଆତଙ୍କ ରଚାଇବାକୁ ପ୍ରତି ମୁହୂର୍ତ୍ତରେ ପାକିସ୍ତାନ ଖୋଜୁଛି ସୁଯୋଗ । ଟିକିଏ ସୁବିଧା ପାଇଲେ ଭାରତକୁ ଖଣ୍ଡବିଖଣ୍ଡିତ କରି ଦେବାକୁ ଚାଲିଛି ମସୁଧା । ଆତଙ୍କବାଦୀଙ୍କ ଟର୍ଗେଟରେ ଏବେ ସବୁଠୁ ଅଧିକ ରହିଛି ରାଜଧାନି ଦିଲ୍ଲୀ ଓ ପଞ୍ଜାବ । ତେବେ ଏହି ନିକଟରେ ପଞ୍ଜାବ ଉପରେ ଆତଙ୍କୀ ହମଲା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳିବା ପରେ ,ପଞ୍ଜାବରେ ହାଇ ଆର୍ଲଟ ଜାରି କରାଯାଇଛି ।
ଏହି ଆଶଙ୍କା ନେଇ ପଞ୍ଜାବରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୫୦୦୦ ରୁ ଅଧିକ ସୈନ୍ୟ ମୁତୟନ କରାଯାଇଛି । କେବଳ ଏତିକି ନୁହେଁ ଡ୍ରୋନ ସାହାର୍ଯ୍ୟରେ ଆତଙ୍କବାଦୀଙ୍କ ନିକଟକୁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଆସୁଛି ବୋଲି ଖବର ପ୍ରକାଶ ପାଇବା ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଉଛି । ଅନ୍ୟପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଠାନକୋଟ୍ ଏବଂ ଗୁରୁଦାସପୁରରେ ପ୍ରତ୍ୟେକ ହସ୍ପିଟାଲ୍କୁ ଜରୁରୀ ଭିତ୍ତିରେ ଅତି କମ୍ରେ ୮ଟି ବେଡ୍ ଏମର୍ଜେନ୍ସି ପାଇଁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଏହାକୁ ନେଇ ଡିଜିପି ଦିନକର ଗୁପ୍ତା କହିଛନ୍ତି ଏହି ସର୍ଚ୍ଚ ଅପରେସନର ମୁଖ୍ୟ ଉଦେଶ୍ୟ ରହିଛି ସାଧାରଣ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ଯେ ସେମାନେ ସୁରକ୍ଷିତ ରହିଛନ୍ତି । ସୂଚନାଯୋଗ୍ୟ ଗତମାସରେ ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଥିଲା ପଞ୍ଜାବ ଆକାଶରେ ୮ ଥର ପାକିସ୍ତାନୀ ଡ୍ରୋନ ଉଡିଛି । ଏବେ କେବଳ ପଠାନ କୋର୍ଟ ଟ ଗୁରୁଦାସପୁରରେ ସର୍ଚ୍ଚ ଅପରେସନ କଡାକଡି କରାଯାଉଥିବା ବେଳେ ଖୁବ ଶୀଘ୍ର ଅନ୍ୟ ଜିଲ୍ଲାମାନଙ୍କରେ ସର୍ଚ୍ଚ ଅପରେସନ କଡାକଡି କରାଯିବ ବୋଲି ସୂଚନା ମିଳିଛି ।