ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ଯୋଦ୍ଧାଙ୍କ ସ୍କୁଲ ଫି ଛାଡ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କରୋନା ମହାମାରୀ ସମୟରେ ଯେଉଁମାନେ କରୋନା ଯୋଦ୍ଧା ହୋଇ କାର୍ଯ୍ୟ କରୁଛନ୍ତି ମେନଙ୍କ ପିଲାମାନଙ୍କ ସ୍କୁଲ ଫି ସମ୍ପୂର୍ଣ୍ଣ ଭାବେ ଛାଡ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଲେଖିଛନ୍ତି । କେବଳ ସେତିକି ନୁହେଁ ସାଧାରଣ ଛ୍ରାଛାତ୍ରୀଙ୍କ ସ୍କୁଲ ଫିି ୫୦ ପ୍ରତିଶତ ଛାଡ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।
• full exemption of school fees for the wards of the Corona Warriors.
• 50% relaxation of school fees for the remaining students.
• Full exemption of hostel fees during the period of the closure of hostels in all educational institutions. (2/2) pic.twitter.com/zwHFV8KWJR
— Pratap Sarangi (@pcsarangi) August 27, 2020
ଅନ୍ୟପଟେ କରୋନାରେ ହଷ୍ଟେଲ ଗୁଡିକ ବନ୍ଦ ଥିବାରୁ ହଷ୍ଟେଲ ଫି ଛାଡ କରିବାକୁ ସେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ଗୁଡିକ କରୋନା ସମୟରେ ସମ୍ପୂର୍ଣ୍ଣ ଫି ଦାବି କରୁଥିବାରୁ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ଘରୋଇ ସ୍କୁଲର ଅଭିଭାବକ ମାନେ ଧାରଣା ଦେଇ ପ୍ରତିବାଦ କରିଛନ୍ତି । ସେହିଭଳି ପୂର୍ବରୁ ବିଜେପି ମଧ୍ୟ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ଗୁଡିକ ଫି କୋହଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲା ।