ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣ ହ୍ୱାଟ୍ସ ଆପ୍ ବ୍ୟବହାର କରୁଛନ୍ତି ତେବେ ନିହାତି ଭାବେ ଗୁଗଲ ରେ ସିକ୍ରେଟ ଟ୍ରିକ ବିଷୟରେ ଜାଣିବା ପାଇଁ ସର୍ଚ୍ଚ କରିଥିବେ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଟ୍ରିକ୍ ବିଷୟରେ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ କୌଣସି ବି ସ୍ପେଶାଲ ମେସେଜ୍ ସିଡ୍ୟୁଲ କରିପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ମେସେଜ୍ ସେଡ୍ୟୁଲ କରିବେ ।
ଆଣ୍ଡୋଏଡ୍ ଫୋନ୍ ରେ ମେସେଜ୍ ସିଡ୍ୟୁଲ କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଫୋନ୍ ରେ ଏକ ଆପ୍ ଇଂଷ୍ଟଲ କରିବାକୁ ହେବ । ଏହାପରେ ଆପଣ କିଛି ଷ୍ଟେପ ଫଲୋ କରି ମେସେଜ୍ ସେଡ୍ୟୁଲ କରି ପାରିବେ ।
– ସର୍ବପ୍ରଥମେ ଆପଣଙ୍କୁ ପ୍ଲୋଷ୍ଟୋର ଯାଇ ଝକଋଊଓଞ ନାମକ ଏକ ଆପ୍ ଇଂଷ୍ଟଲ କରିବାକୁ ପଡିବ ।
– ଏହି ଆପକୁ ସାଇନ ଇନ୍ କରନ୍ତୁ ।
– ମେନ ମେନୁରେ ଦେଖାଯାଉଥିବା ହ୍ୱାଟ୍ସଆପ୍ ରେ କ୍ଲିକ କରନ୍ତୁ ।
– ଏନାବୁଲ ଆସେସିବିଲିଟିରେ କ୍ଲିକ କରି ଝକଋଊଓଞ କୁ ଯାଆନ୍ତୁ ଏବଂ ଟଗଲ କୁ ଅନ୍ କରନ୍ତୁ ।
– ଏହାପରେ ଆପଣ ଯେକୌଣସି ମେସେଜ୍ ସେଡ୍ୟୁଲ କରି ପାରିବେ ।
– ସେଥିପାଇଁ ଆପଣ ଯାହାକୁ ମେସେଜ ପଠାଇବାକୁ ଚାହୁଁଛନ୍ତି ମେସେଜ ଲେଖି ତାରିଖ ଏବଂ ସମୟ ସେଡ୍ୟୁଲ କରି ମେସେଜକୁ ସେଡ୍ୟୁଲ କରିଦିଅନ୍ତୁ ।