ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଆଉ ଜଣେ କଲେଜ ଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଛି । ଏଠି ମଧ୍ୟ ପ୍ରେମରେ ବିଫଳ ହେବା ପରେ ହତାସ ପ୍ରେମିକ ଏଭଳି କାଣ୍ଡ ଭିଆଇଛି । ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଏହି ଭିଡ଼ିଓକୁ ନେଇ ଏବେ ସବୁଠି ହଇଚଇ । ଭାଇରାଲରେ ଥିବା ଯୁବତୀ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବେଶ ଥଟ୍ଟା ତାମସା ଓ ପରେ ନିବିଡ଼ ହେଉଥିବା ଭିଡ଼ିଓରୁ ଜଣାପଡୁଛି ।
ସୂଚନାଯୋଗ୍ୟ, କେନ୍ଦ୍ରାପଡା, ନୟାଗଡ଼, ସାଲେପୁର ପରେ ଏବେ ଯାଜପୁରକୁ ମିଶାଇ ଗତ ମାସକ ଭିତରେ ୧୦ଟି ଭିଡ଼ିଓ ଭାଇରାଲ ହୋଇଥିବା ଜଣାପଡିଛି । ବାରମ୍ବାର ଭିଡ଼ିଓ ଭାଇରାଲ ହେବା ପରେ ପୁଲିସର ସଚେତନତା ଓ ଯୁବଗୋଷ୍ଠୀଙ୍କ ବୁଦ୍ଧି ଭ୍ରଷ୍ଟ ହେଉଥିବାର ପ୍ରମାଣ ଦେଉଛି ।