ଆସିକା,(ଏଟିଆର ବ୍ୟୁରୋ): ଶୌଚ ହେବା ଲାଗି ଯାଇ ଲହୁଲୁହାଣ ହେଲେ ମହିଳା । ଆକ୍ରମଣ କଲା ବାରହା । ଏମିତି ଏକ ଘଟଣା ଘଟିଛି ଆସିକାର ଭେଟ୍ଟନଈ ଗାଁରେ । ଆହତଙ୍କ ମହିଳାଙ୍କ ନାଁ ପ୍ରମିଳା ନାଇକ, ଘର ପନ୍ଦରା ସାହିରେ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ପ୍ରମିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ଅବସ୍ଥ୍ା ସଙ୍କଟାପନ୍ନ ଥିବା ଡାକ୍ତରୀ ସୂତ୍ରରୁ ଜଣାପଡିଛି ।
କେବଳ ପ୍ରମିଳା ନୁହନ୍ତି ଭାସି ନାଇକି ନାମ୍ନୀ ଜଣେ ମହିଳା ମଧ୍ୟ ବାରହା ଆକ୍ରମଣରେ ରକ୍ତାକ୍ତ ହୋଇଛନ୍ତି । ତାଙ୍କୁ ବାରହାଟି କାମୁଡି ଦେଇଛି । ବିଲରେ କାମ କରୁଥିବା ବେଳେ ଅଚାନକ ବାରହା ତାଙ୍କ ଉପରକୁ ଲମ୍ଫ ଦେଇଥିବା ଜଣାପଡିଛି । ଯଦିଓ ତାଙ୍କ ଅବସ୍ଥା ଭଲ ରହିଛି ତଥାପି ବାରହା ମାତିବାକୁ ନେଇ ପୂରା ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି ।