ଅଡସପୁର/କଟକ (ଏଟିଆର ବ୍ୟୁରୋ ) ; ବିଚ୍ ରାସ୍ତାରେ କଲେଜ ଛାତ୍ରୀଙ୍କୁ ଛୁରାମାଡ । ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେଲେ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ଅଡସପୁର ଅଞ୍ଚଳର ଉଦୟନାଥ ମହାବିଦ୍ୟାଳୟ ନିକଟରେ ଘଟିଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପଚରାଉଚରା ଚଳାଇଛି । ମିଳିଥିବା ଫୋନ କଲ ଅନୁଯାଇ , କଲେଜ ସାରି ଘରକୁ ଫେରୁଥିଲେ ଛାତ୍ରୀ । ତେବେ ଅଚାନକ ରାସ୍ତା ମଝିରେ ଆସି ଛାତ୍ରୀଙ୍କ ବାଟ ଓଗାଳିଥିଲେ ତାଙ୍କର ପୁରୁଷ ବନ୍ଧୁ । କୌଣସି କଥାକୁ କେନ୍ଦ୍ରକରି କିଛି ସମୟ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ବାସ ଏହାପରେ ହଠାତ ଉତ୍ତ୍ୟକ୍ତ ହୋଇ ଉଠଇଥିଲା ପୁରୁଷବନ୍ଧୁ ଜଣଙ୍କ ।
କିଛି ବୁଝିବା ପୂର୍ବରୁ ସେ ଏକ ଛୁରିରେ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା । ଛାତ୍ରୀଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ । ପରେ ପୁଲିସ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରିଛି । କୁହାଯାଉଛି ପ୍ରେମରେ ବିଫଳ ଯୋଗୁ ଏଭଳି ଘଟଣା ଘଟିଛି । ତେବେ ସତ କ’ଣ ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।