ଭଦ୍ରକ,(ଏଟିଆର ବ୍ୟୁରୋ): ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଲୁଟିନେଲେ ପାଖାପାଖି ୨୦ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଅପର୍ତ୍ତିବନ୍ଧା ନ୍ୟୁ କଲୋନୀରେ । ଲୁଟର ଶିକାର ହୋଇଥିବା ଡାକ୍ତର ହେଲେ ସସ୍ମିତା ଖିଲାର ।
ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ସାଇଣ୍ଟିଫିକ ଟିମ ଜରିଆରେ ଖୋଳତାଡ ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ଅନୁସାରେ, ଯେତେବେଳେ ଏହି ଲୁଟ ହୋଇଥିଲା ସେତେବେଳେ ଡାକ୍ତର ସସ୍ମିତା ଘରେ ନଥିଲେ । ହସପିଟାଲରେ ଡ୍ୟୁଟି ଥିବା ବେଳେ ଲୁଟେରାମାନେ ତାଙ୍କର ଅପରେସନ ଚଳାଇଥିଲେ । ପ୍ରଥମେ ଘର ଗ୍ରିଲ ଭାଙ୍ଗି ସେମାନେ ଘରେ ପଶିଥିବା ଜଣାପଡିଛି ।
ଏହାପରେ ସେମାନେ ଆଲମିରା ଭାଙ୍ଗି ସୁନା ଗହଣା ଲୁଟ କରି ଫେରାର ହୋଇଯାଇଛନ୍ତି । ଏନେଇ ଭଦ୍ରକ ଟାଉନ ଥାନାରେ ସସ୍ମିତା ଅଭିଯୋଗ କରିବା ପରେ ପୁଲିସ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି । ଏଯାବତ ଲୁଟେରାଙ୍କ କୌଣସି ସୁରାକ ମିଳିନାହିଁ ।