ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ ହେବ ନାହିଁ ବୋଲି ଗତକାଲି ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ । ତେବେ ଏହାକୁ ନେଇ ଏବେ ଉଠିଛି ବିବାଦ । ରିପୋର୍ଟ ସାର୍ବଜନୀନ ନକରିବା ନିଷ୍ପତିକୁ ନେଇ ପ୍ରତିବାଦ ଜଣାଇଛି ବିଜେପି । କାହିଁକି ବ୍ରହ୍ମବିଭ୍ରାଟ ରିପୋର୍ଟକୁ ସାଧାରଣ ଲୋକେ ଜାଣି ପରିବେନି ବୋଲି ପ୍ରଶ୍ନ କରିଛି ବିଜେପି । ଏହି ନିଷ୍ପତି ବିରୋଧରେ ବିଜେପି କୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି ଜଣାପଡିଛି । ଏଭଳି ସୂଚନା ଦେଇଛନ୍ତି ପୀତାମ୍ବର ଆଚାର୍ଯ୍ୟ । ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ ନହେବା ନିଷ୍ପତି ଦ୍ୱାରା ସାଧାରଣ ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ସେ କହିଛନ୍ତି ।
ଗତକାଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହାକୁ ସାର୍ବଜନୀନ କରାଯିବନି । ଏମିତି କି ଏ ସଂକ୍ରାନ୍ତରେ ଆରଟିଆଇରେ ତଥ୍ୟ ମାଗିଲେ ବି ରିପୋର୍ଟ ସାର୍ବଜନୀନ କରାଯିବନି । ତେବେ ବ୍ରହ୍ମବିଭ୍ରାଟ ହୋଇଥିବା ସ୍ୱିକାର କରିଛନ୍ତି ଖୋଦ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେହିପରି ଏହି ବିଭ୍ରାଟରେ ସଂମ୍ପୃତି ଥିବା ସେବକଙ୍କୁ ମଧ୍ୟ ୩ ମାସ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ସେ କହିଛନ୍ତି ।
ସେପଟେ ବ୍ରହ୍ମପରିବତ୍ତନ ସମୟରେ କଣ ଘଟିଥିଲା , କାହିଁକି ବିଭ୍ରାଟ ସୃଷ୍ଠି ହୋଇଥିଲା , ରାତିରେ କରାନଯାଇ ଦିନରେ କାହିଁକି ବ୍ରହ୍ମପରିବତ୍ତନ ହୋଇଥିଲା ସେ ନେଇ ଯେଉଁ ସବୁ ପ୍ରଶ୍ନ ମନରେ ଉଙ୍କି ମାରୁଥିଲା ତାହାର ଉତ୍ତର ଜନସାଧାରଣ ଜାଣିପାରିବେ ନାହିଁ । ରିପୋର୍ଟ ସାର୍ବଜନୀନ ନ ହେବାରୁ ବ୍ରହ୍ମବିଭ୍ରାଟର ସତ୍ୟତା ପଦାକୁ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।