ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର କନିଷ୍ଠ କିରାଣୀ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତବିଭାଗର କନିଷ୍ଠ କିରାଣୀ ଦଣ୍ଡପାଣି ମହାପାତ୍ରଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନରେ ରେଡ ହୋଇଛି । ଚଢ଼ାଉରେ ପାଖାପାଖି ୬୭ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।
ବ୍ରହ୍ମପୁର ଡିଭିଜନ-୧ରେ କିରାଣୀ ଥିବା ଦଣ୍ଡପାଣୀଙ୍କ ନାଁରେ ଢ଼େରଦିନରୁ ଅଭିଯୋଗ ହୋଇଥିଲା । ତେଣୁ ଭିଜିଲାନ୍ସ ବିଭାଗ ତାଙ୍କୁ ସ୍କାନରକୁ ନେଇଥିଲା । ଶେଷରେ ନିର୍ଦ୍ଦେଶ ମିଳିବା ପରେ ଗୋଳନ୍ଥରା ଚାଟି ମହାପାତ୍ର କଲୋନୀରେ ଥିବା ଘର, ଅଫିସ, ହଳଦିପଦରରେ ଥିବା ସମ୍ପର୍କୀୟଙ୍କ ଘର ସମେତ ମୋଟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା । ସେଠାରୁ ବିଭିନ୍ନ ବ୍ୟାଙ୍କ ପାସ ବୁକଠୁ ନେଇ ଇନ୍ସ୍ୟରାନ୍ସ, ନଗଦ ଟଙ୍କା ଓ ସୁନାଗହଣା ଜବତ ହୋଇଛି ।