ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବୁଢ଼ାହେଲେଣି ତଥାପି ଖସୁନି ପ୍ରେମ ନିଶା । ରୋମାନ୍ସ କରିବାକୁ ଭାରି ଇଚ୍ଛା । ଖାସ ଏଥିପାଇଁ ତ’ ବନ୍ଧବାଡ଼ ନମାନି ସେ ହିତାହିତ ଜ୍ଞାନ ଭୁଲି ଏବେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରିବାକୁ ପଛାଇ ନାହାନ୍ତି । ଯାହା ଏବେ ଭାଇରାଲ ହୋଇଛି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଭଦ୍ର ବୟସ୍କ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୂର୍ବତନ ସରକାରୀ କର୍ମଚାରୀ ଓ ଜଣେ ବିଶିଷ୍ଟ କବି ।
ଶୁଣିବାକୁ ମିଳୁଛି ଏହି କବିଙ୍କର ଏ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ଉଠିଥିଲା । ତେବେ ଏବେକାର ଘଟଣାର ମୋଡ଼ କିନ୍ତୁ ଟିକେ ଅଲଗା । ଆୱାର୍ଡ ଦେବାକୁ କହି ଜଣେ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଛନ୍ତି । ସିଧା କହିବାକୁ ଗଲେ ପୂରା ସୀମା ଟପିଯାଇଛନ୍ତି । ଫେସବୁକ ମେସେଞ୍ଜରରେ ଯାଇ ନିଜର ଉଲଗ୍ନ ଫଟୋ ମହିଳାଙ୍କୁ ପଠାଇଛନ୍ତି । ଏତିକି ନୁହେଁ ସେକ୍ସ ଓ ରୋମାନ୍ସ ଚାଟ କରିଥିବା ମଧ୍ୟ ସୂଚନା ମିଳିଛି । ତେବେ ଜଣେ କବିଙ୍କ ଏଭଳି କେଳଙ୍କାରୀକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି ।