ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆମେରିକାର ବାୟୋଟେକ କମ୍ପାନୀ ମଡ଼େର୍ଣ୍ଣା ସହ କୋଭିଡ଼ ଟିକା ର ପ୍ରସ୍ତୁତି ନେଇ ଭାରତ ସରକାର ଆଲୋଚନା କରିଛନ୍ତିି ।କରୋନା ଭାଇରସ କୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ମଡ଼େର୍ଣ୍ଣା ୯୪ ପ୍ରତିଶତ ସଫଳ ହୋଇଛି ।ତେବେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟୀକାର ପରୀକ୍ଷଣ ପାଇଁ ସମସ୍ତ କମ୍ପାନୀ ମାନଙ୍କ ସହ ନିୟମିତ କଥା ହେଉଛନ୍ତି ଭାରତ ସରକାର ।
ଭାରତ ସରକାର କହିଛନ୍ତି ଆମେ କେବଳ ମଡ଼େର୍ଣ୍ଣା ସହ ନୁହେଁ ବରଂ ଫାଇଜର , ସେରମ୍ ଇଷ୍ଟିଚ୍ୟୁଟ , ଜାଇଡ଼ସ କାଡ଼ିଲା ଭଳି କରୋନା ପ୍ରଭାବ ଦୃଷ୍ଟିରୁ କେତେ ସଫଳ ହେଉଛି ଏ ନେଇ ନଜର ରଖାଯାଉଛି ।
୨୮ ଦିନ ବ୍ୟବଧାନ ମଧ୍ୟରେ ଦୁଇଟି ଡ଼ୋଜ ଦିଆଯାଇଥିବା ବେଳେ, ୩୦ ହଜାର ଲୋକଙ୍କ ଦେହରେ ଏହାର ସଫଳ ପରୀକ୍ଷଣ ହୋଇପାରିଛି ବୋଲି ସୂଚନା ମିଳିଛି ।ଜରୁରୀ କାଳୀନ ପରିସ୍ତିତି ଏବଂ ମହାମାରୀ ସମୟରେ ଆବଶ୍ୟକ ହେଲେ ଏହି ନିୟମ ଗୁଡ଼ି୍କ କୋହଳ କରାଯାଇପାରିବ ।
ଷ୍ଟିଫେନ ବାନସେଲ କହିଛନ୍ତି , କୋଭିଡ଼ ୧୯ ବିକାଶରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମୁହୁର୍ତ୍ତ । ଏହି ଟୀକାର ଦୁଇଟି ପର୍ଯ୍ୟାୟରେ ସଫଳ ପରୀକ୍ଷଣ ହୋଇଛି ଏବଂ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି । କରୋନା ଭାଇରସ ମହାମାରୀ ମଧ୍ୟରେ ଦେଶୀ ଟିକାକୁ ମଧ୍ୟ ବିକଶିତ କରାଯାଉଛି ।