ଆନ୍ଧ୍ରପ୍ରଦେଶ (ଏଟିଆର ବ୍ୟୁରୋ); ଇଭିଏମ ମେସିନକୁ କଚାଡି ଭାଙ୍ଗିଲେ ବିଧାୟକ ପ୍ରାର୍ଥୀ । ପୋଲିସ ପ୍ରାର୍ଥୀଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତେବେ ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଗୁଣ୍ଟକଲ ନିର୍ବାଚନ ମଣ୍ଡଳୀରେ । ଜେନାସେନା ପକ୍ଷରୁ ପ୍ରାର୍ଥୀ ହୋଇଥିବା ମଧୁସୂଦନ ଗୁପ୍ତାଙ୍କୁ ପୋଲିସ ଗିରଫ କରିଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଏବେଆଡେ ଆରମ୍ଭ ହୋଇଛି ଚର୍ଚ୍ଚା ।
ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ତେବେ ମଧୂସୂଦନ ସକାଳୁ ମତଦାନ ପାଇଁ ଯାଇଥିବା ବେଳେ ଇଭିଏମ ମେସିନରେ ବିଧାନସଭା ଏବଂ ଲୋକସଭା ପ୍ରାର୍ଥୀଙ୍କ ନାମ ଭଲ ଭାବରେ ଦେଖାଯାଉନଥିବା ସେ ପୋଲିଂ ଅଫିସଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଅଫିସର ସେମିତି କିଛି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ଯାହା ଫଳରେ ମଧୂସୂଦନଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଏଣୁ ସେ ଇଭିଏମକୁ ଟେକି ନେଇ ବାହାରେ କଚାଡି ଭାଙ୍ଗି ଦେଇଥିଲେ । ପୋଲିଂ ଅଫିସର ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କୁ ଗିରଫ କରିଥିଲା ।
ଆଜି ଓଡିଶାରେ ମଧ୍ୟ ବହୁ ସ୍ଥାନରେ ପ୍ରଥମ ପର୍ଯ୍ୟାୟରୁ ବିଭିନ୍ନ ବିଭ୍ରାନ୍ତ ହୋଇଛି । କେଉଁଠି ପଞ୍ଚାୟତ ଘର ନଥିବାରୁ ଭୋଟ ପାଇଁ ଜନତା ଯାଇନଥିଲେ ତ ଆଉ କେଉଁଠି ମାଓବାଦୀଙ୍କ ଭୟରେ ହୋଇନାହିଁ ମତଦାନ । ଚଳିତ ନିର୍ବାଚନରେ ମତଦାନ ସଂଖ୍ୟା କମିଥିବା ଦେଖିବାକୁ ମିଳୁଛି ।