ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତକାଲି ଗଞ୍ଜାମ ଜିଲ୍ଳା ଗୋଳନ୍ଥରାରେ ଏକ ବସରେ ୧୧ କେ.ଭି ବିଦ୍ୟୁତ ତାର ଲାଗିଯାବାରୁ ୧୦ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨୨ଜଣ ଆହତ ହୋଇ ଚିକିତ୍ସିତ ହୋଉଛନ୍ତି । ଏହାକୁ ନେଇ ୪ ଜଣ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନର ଜେଇ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ, ସହକାରୀ ଯନ୍ତ୍ରୀ ଙ୍କୁ ନିଲମ୍ବିତ କରାଯାଇଛି ।
ଆଜି ଲୋକସେବା ଭବନରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକରେ ପରିବହନ , ଶକ୍ତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ । କେଉଁ ଭଳି ପରିସ୍ଥିତିରେ ଏବଂ କାହିଁକି ଦୁର୍ଘଟଣା ଘଟିଲା ସେନେଇ ବୈଠକରେ ଆଲୋଚନା କରାଯାଇଛି । ଏହା ସହ ୧୧ କେ.ଭି ତାରଗୁଡିକୁ ରାସ୍ତାର ୨୦ ଫୁଟ ଉଚ୍ଚକୁ ଟାଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।