ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ପୁଣି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୩୦ ଜଣ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ଜଣ ଗଞ୍ଜାମର ହୋଇଥିବା ବେଳେ ବାଲେଶ୍ୱର ଏବଂ କଟକର ଜଣେ ଲେଖାଏଁ । ସୁସ୍ଥ ହେବା ପରେ ଗତକାଲି ଏମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ୧୯୬ ଜଣ ସୁସ୍ଥ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 30 patients have recovered from #COVID19 yesterday and are being discharged.
28 are from Ganjam.
1 each from Balasore and Cuttack.
The number of recovered cases of #Odisha now stands at 196.
— H & FW Dept Odisha (@HFWOdisha) May 17, 2020
ରାଜ୍ୟରେ ଆଜି ପର୍ଯ୍ୟନ୍ତ ମୋଟ 828 ଜଣ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୬ ଜଣ ହୋଇ ଘରକୁ ଫେରି ସାରିଲେଣି ।