ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହେବା ଦିନଠାରୁ ସମଗ୍ର ବିଶ୍ୱରେ ଅସ୍ଥିତିର ତା ସୃଷ୍ଟି ହୋଇ ଯାଇଥିଲା । ବିଶ୍ୱ ବଜାରରେ ମଧ୍ୟ ଅସ୍ଥିରତା ଦେଖାଦେଇଥିଲା । ଯୁଦ୍ଧ ସଂଙ୍କଟ ଦେଖା ଦେବା ପରେ ସୁନା ଦର ମଧ୍ୟ ଆକାଶ ଛୁଆଁରେ ପହଞ୍ଚି ଯାଇଥିଲା । ପ୍ରତି ୧୦ ଗ୍ରାମ ସୁନାର ଦର ୪୦ ହଜାର ଟଙ୍କାରେ ପାରି କରିଯାଇଥିଲା । ତେବେ ଏବେ ସୁନା ଦର ହ୍ରାସ ପାଇଛି । ପୂର୍ବରୁ ୬୦୦ଟଙ୍କା ହ୍ରାସ ପାଇଥିଲା ବେଳେ ଏବେ ୭୦୦ଟଙ୍କା ହ୍ରାସ ପାଇଛି ।
ଏମ୍ସିଏକ୍ସରେ ସୁନା ଦର ୧୦ଗ୍ରାମ ପ୍ରତି ପ୍ରଥମେ ୦.୪ ପ୍ରତିଶତ ହ୍ରାସ ପାଇ ୩୯,୯୬୬ଟଙ୍କାରେ ପହଞ୍ଚିଥିଲା । ସେହିଭଳି ରୂପା ଦର କିଲୋ ପ୍ରତି ୧.୩ ପ୍ରତିଶତ ହ୍ରାସ ପାଇ କିଲୋ ପ୍ରତି ୪୬,୭୬୭ଟଙ୍କାରେ ପହଞ୍ଚିଛି । ସୁନା ଦର ଗତ ୭ବର୍ଷର ରେକର୍ଡ ଭାଙ୍ଗିସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ତେବେ ଆମେରିକାର ରାଷ୍ଟ୍ରପତି ଶାନ୍ତିର କଥା କହିବା ପରେ ବିଶ୍ୱ ବଜାରରେ ସ୍ଥିରତା ଆସିଛି । ଏହାପରେ ସୁନା ଦର ଆଉନସ ୧୬ଶହ ଆମେରିକୀୟ ଡଲାରରୁ ଖସି ୧୫୬୧ଡଲାରରେ ପହଞ୍ଚିଛି ।