ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପରାମର୍ଶ ଦାତା ମାନସ ମଙ୍ଗରାଜ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି କଟକ ମୁଣ୍ଡୁଳିରେ ଫସିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିବା ଓଡ୍ରାଫ ବୋଟ୍ ଟି ଓଲଟିପଡିଥିଲା । ସେଥିରେ ଗଣମାଧ୍ୟମର ଦୁଇ ପ୍ରତିନିଧି ମଧ୍ୟ ରହିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରି କଟକ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅରିନ୍ଦମ ଦାସଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।