ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଟକ ଭୁବନେଶ୍ୱରରେ ୬୫୦ ସଯ୍ୟା ବିଶିଷ୍ଟ ୨ ଟି କୋଭିଡ ହସପିଟାଲକୁ ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସି ଜରିଆରେ ଉଦଘାଟନ କରିଛନ୍ତି । ସୂଚନାଯୋଗ୍ୟ ଭୁବନେଶ୍ୱର କିମସରେ ୫୦୦ ସଯ୍ୟା ବିଶିଷ୍ଟ ଗୋଟିଏ ହସପିଟାଲ ଓ କଟକ ଅଶ୍ୱିନି ହସ୍ପିଟାଲରେ ୧୫୦ ସଯ୍ୟା ବିଶିଷ୍ଟ ଗୋଟିଏ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଏହି ୨ ଟି ହସ୍ପିଟାଲ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି ।
ଏହି ୨ ଟି ହସ୍ପିଟାଲ ପାଇଁ ଅର୍ଥ ଯୋଗାଇଛି ଓଡିଶା ଖଣି ନିଗମ । ଏହି ଡାକ୍ତରଖାନାରେ ସମସ୍ତ କୋଭିଡ ରୋଗୀଙ୍କ ଚିକିତ୍ସା , ଖାଦ୍ୟ ଆଦି ରାଜ୍ୟ ସରକାର ମାଗଣାରେ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ରାଜ୍ୟରେ ଏଯାବତ ପାଞ୍ଜଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ୟ କରୋନା ଗତକାଲି ସୁସ୍ଥ ହୋଇଥିବା ସୂଚନା ମିଳିଛି ।