ଦେବଗଡ଼(ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ଦେବଗଡ ଜିଲ୍ଲାରେ ସରଭାଇଲେନ୍ସ ଟିମ ଗଠନ କରାଯାଇଛି । ଦେବଗଡ ଜିଲ୍ଲାରେ ୩ଟି ବ୍ଲକ ଓ ପୌରାଞ୍ଚଳରେ ମୋଟ ୭ଟି ସରଭାଇଲେନ୍ସ ଓ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି । ଏହି ଟିମ ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ନଜର ରଖୁଛନ୍ତି । ଏହା ସହ ଜିଲ୍ଲପାଳ ସୁଧାଂଶୁ ସାମଲଙ୍କ ଅଧିନରେ ଏକ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟିମ ଗଠନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା ଏଥିରେ ନୋଡାଲ ଅଫିସର ରହିଥିବାବେଳେ ସହକାରୀ ଜିଲ୍ଲାପାଳ ଯଶୋବନ୍ତ ଦେହୁରୀ ଏବଂ କୈବଲ୍ୟ କିଶୋର କର ସହକାରୀ ନୋଡାଲ ଅଧିକାରୀ ରହିଛନ୍ତି ।
ଏହି ଟିମକୁ ସହଯୋଗ କରିବା ପାଇଁ ଜିଲ୍ଲାରେ ଏକ କରୋନା ସେଲ ଖୋଲାଯାଇଛି । ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟିମ ଦେବଗଡ ଜିଲ୍ଲାକୁ ବିଦେଶ ଓ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକ ମାନଙ୍କର ସବିଶେଷ ସୂଚନା ସଂଗ୍ରହ କରିବେ । ଏହା ସହ ବିଭିନ୍ନ ସଂଗଠନ ପକ୍ଷରୁ କରାଯାଉଥିବା ସଚେତନାତ କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ କରିବେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରଲ୍କରୋନା ମୁକାବିଲା କରିବା ପାଇଁ ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍ ଡାଉନ କରିଦିଆଯାଇଛି । ଏହା ସହ ଜିଲ୍ଲପାଳ ମାନଙ୍କୁ କରୋନା ମୁକାବିଲା କରିବା ପାଇଁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ ଗତକିଛି ଦିନ ଭିତରେ କରେନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୮୮ଟି ଦେଶକୁ ବ୍ୟାପିସାରିଲାଣି । ତେବେ ଭାରତରେ ମଧ୍ୟ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଭାରତରେ ୩୦୦ରୁ ଅଧିକ ଜଣ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଲେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଓଡିଶାରେ ୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ମାନ ଜାରି କରୁଛନ୍ତି ।