ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଥାନାଠୁ ମାତ୍ର ୧୦୦ମିଟରେ ଦୂରରେ ଘଟିଛି ଅଭାବନୀୟ ଘଟଣା । ହୋଇଛି ଘନଘନ ବୋମାମାଡ଼ । ଯାହାର କାଣିଚାଏ ବି ସୁରାକ ପାଇନି ପୁଲିସ । ଏଭଳି ଘଟଣା ଘଟିଛି କୋଣାର୍କ ଅଞ୍ଚଳରେ । ସବୁଠୁ ବଡ଼କଥା ହେଉଛି ଏହି ବୋମାମାଡ଼ ହୋଇଛି ବିଜେଡିର କୋଣାର୍କ ନଗର ସଭାପତି ଗୋପାଳଚନ୍ଦ୍ର ବେହେରାଙ୍କ ଘର ଏବଂ ସୋରୁମ ଉପରକୁ । ଗଲକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।
ଦୁର୍ବୁତ୍ତମାନେ ୪ଟି ବୋମାମାଡ଼ କରିଥିବା ସୂଚନା ମିଳିଛି । ଘଟଣାରେ ଘରର କେତେକ ଆସବାବପତ୍ର ଭାଙ୍ଗିଯାଇଥିବା ବେଳେ ସୋରୁମରେ ଥିବା କେତେକ ଗାଡି ଜଳିଯାଇଥିବା ଜଣାପଡିଛି । ତେବେ କିଏ ଓ କାହିଁକି ଏହି କାଣ୍ଡ ଭିଆଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହିଁ ବୋମାମାଡ଼ କରାଯାଇଥିବା କୁହାଯାଉଛି । ତେବେ ଖବର ପାଇ ନିମାପଡ଼ା ଡିଏସପି ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛନ୍ତି ।
(Pic Courtesy: OTV)