ବାରିପଦା (ଏଟିଆର ବ୍ୟୁରୋ) ; ନିଷ୍ପାପ ଶିଶୁକୁ ଚୋରି କଲେ ମହିଳା । ବନ୍ଧୁ ସାଜି ଆସି ଘରୁ ୨ ବର୍ଷର ପଅକୁ ଚୋରି କରିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ସହରରେ । ସୂଚନା ମୁତାବକ ଗତକାଲି ସଂନ୍ଧ୍ୟାରେ ଅଞ୍ଜନା ନାମକ ଜଣେ ମହିଳା ସେକ ରାଜନଙ୍କ ପୁଅକୁ ଘରୁ ଅପହରଣ କରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି ।
ଗତ ଶନିବାର ଦିନ ସେକ ରାଜନଙ୍କ ପୁଅର ଦେହ ଖରାପ ହୋଇଥିଲା । ତେଣୁ ପୁଅକୁ ମେଡିକାଲ ନେଇଥିଲେ ରାଜନ । ସେଠାରେ ଅଞ୍ଜନା ନିଜକୁ ନର୍ସର ପରିଚୟ ଦେଇ ରାଜନଙ୍କ ସ୍ତ୍ରୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । କିନ୍ତୁ ଅଞ୍ଜନାଙ୍କ ମନରେ ଥିଲା ପିଲାକୁ ଅପହରଣ କରିବା । ଯାହାକୁ ବୁଝିପାରିନଥିଲେ ଦମ୍ପତି । ସମ୍ପର୍କ ଏତେ ଆଗକୁ ବଢ଼ିଯାଇଥିଲା କି ରାଜନଙ୍କ ଘରକୁ ମଧ୍ୟ ଯିବା ଆସିବା କରିଥିଲେ ଅଞ୍ଜନା । ତେବେ ଗତକାଲି ସଂନ୍ଧ୍ୟାରେ ଘରକୁ ଯାଇ ପୁଅକୁ ନେଇ ପଳେଇଥିଲା । ଏ ନେଇ ବାରିପଦା ଥାନାରେ ଏତଲା ଦେବା ପରେ ଚିକିତ୍ସାଳୟରେ ଲାଗିଥିବା ସିସିଟିଭିରୁ ମହିଳାଙ୍କ ପଟୋକୁ ନେଇ ତଦନ୍ତ କରୁଛି । ଟାଉନ ଥାନା ପୋଲିସ ୨ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।