ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବାଲି ଘାଟକୁ କେନ୍ଦ୍ର କରି ବିଜୟ ପାଲଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାରେ ତଦନ୍ତକୁ ଜୋରଦାର କରିଛି କମିଶନରେଟ ପୁଲିସ । ଅଭିଯୁକ୍ତ ସୁଶାନ୍ତ ଧଳସାମନ୍ତଙ୍କୁ ରିମାଣ୍ଡ ଆଣିବା ପାଇଁ ପୁଲିସ ଯୋଜନା ଚଳାଇଛି । ଏଥିପାଇଁ କୋର୍ଟଙ୍କ ପାଖରେ ତିନି ଦିନ ପାଇଁ ରିମାଣ୍ଡ ଆବେଦନ କରିବ ପୁଲିସ ।
କଟକ ଡିସିପି ଅଖିଳେଶ୍ଵର ସିଂଙ୍କ ସୂଚନା ଅନୁସାରେ, ପୁଲିସ ସୁଶାନ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ । ଆଜି କାଲି ଭିତରେ ଅବେଦନ କରାଯିବ ବୋଲି ସେ କହିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଭିଯୁକ୍ତକୁ ରିମାଣ୍ଡରେ ନେବ ବୋଲି ପୁଲିସ ଯୋଜନା ଚଳାଇଛି ।
ପୂର୍ବ ସତୃତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ବେଳେ ସୁଶାନ୍ତଙ୍କ ନାମ ସାମ୍ନାକୁ ଆସିଥିଲା । ତେବେ ଭାଗ ଛିଡ଼ା ବଣ୍ଟାକୁ ନେଇ ସୁଶାନ୍ତଙ୍କ ସହଯୋଗୀ ଗୁଳିମାଡ଼ କରିଥିବା ପୁଲିସ ଜାଣିବାକୁ ପାଇଥିଲା । ପୁରା ଘଟଣାର ଖିଅ ଖୋଜିବାକୁ ପୁଲିସ ରିମାଣ୍ଡରେ ଆଣିବାକୁ ଯୋଜନା ଚଳାଇଛି ।