ଭଦ୍ରକ (ଏଟିଆର ବ୍ୟୁରୋ); ପ୍ରେମ କେତେବେଳେ କାହା ସହିତ ହୁଏ ତାହା କାହାକୁ ବି ଜଣାନଥାଏ । ବିବାହ ପୂର୍ବରୁ ହେଉ ବା ବିବାହ ପରେ । ତେବେ ଏଭଳି ଜଣେ ବିବାହିତ ଡାକ୍ତର ବାବୁ ଆଉ ଜଣେ ମହିଳାଙ୍କ ପ୍ରେମରେ ପଡି ଯାଇଛନ୍ତି । ପ୍ରେମ କରି ବିବାହ କରିବାର ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ମହିଳା ବିବାହ କରିବା ପାଇଁ ଅଡି ବସିଥିବା ବେଳେ ଡାକ୍ତରବାବୁ ମହିଳାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ସିକ୍ୟୁଏନ୍ସ ଲଭଷ୍ଟେରୀ ଘଟିଛି ଭଦ୍ରକ ଜିଲ୍ଲାରେ । ମହିଳା ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରବାବୁ ଭୁବନେଶ୍ୱରର ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ । ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୃତି ଦେଇ ଡାକ୍ତରବାବୁ ବାରମ୍ବାର ଦେହର ସମ୍ପର୍କ ରଖିଛନ୍ତି । ତେବେ ସୋମବାର ମହିଳା ଜଣଙ୍କ ବିବାହ କରିବା ପାଇଁ ଡାକ୍ତରଙ୍କ ପାଖରେ ଅଡି ବସିଥିଲେ । ଡାକ୍ତରବାବୁଙ୍କ ଘରେ ସ୍ତ୍ରୀ ଥିବାରୁ ସେ ବିବାହ କରିବା ପାଇଁ ମନା କରି ଦେଇଥିଲେ । ମହିଳା ଜଣକ ବାରମ୍ବାର ବିବାହ କରିବା ପାଇଁ ଜିଦ କରିବାରୁ ଡାକ୍ତରବାବୁ ତାଙ୍କୁ ମାଡ ମାରିଥିଲେ । ତେବେ ବିବାହ କରିବା ନାଁରେ ଶୋଷଣ କରୁଥିବା ଡାକ୍ତରଙ୍କ ନାମରେ ମହିଳା ଜଣକ ଭଦ୍ରକ ଟାଉନ ଥାନାରେ ଏତଳା ଦେଇଛନ୍ତି । ପୋଲିସ ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।