ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବ୍ୟାଙ୍କକରୁ କ୍ୟାଲାଲମ୍ପୁର ଭାୟା ଭୁବନେଶ୍ୱର ଆସୁଥିବା ଜଣେ ଯାତ୍ରୀଙ୍କଠାରୁ ରାଜସ୍ୱ ଗୁଇନ୍ଦା ବିଭାଗ ଟିମ ୬୦୭ଗ୍ରାମରୁ ଅଧିକ ସୁନା ବିସ୍କୁଟ ଜବତ କରିଛି । ଯାହାର ଅନୁମାନିକ ମୁଲ୍ୟ ୧୯ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି । ଯାତ୍ରୀ ଜଣକୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି ।
ଅନ୍ୟପଟରେ ଧରାପଡିଥିବା ବ୍ୟକ୍ତି ଜଣକର ନାମ ତଦନ୍ତକାରୀ ଅଧିକାରୀ ଗୋପନ ରଖିଥିବା ବେଳେ ସେ ମହାରାଷ୍ଟ୍ର ଥାନେର ବୋଲି ପୁଲିସ କହିଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାଞ୍ଚ ବେଳେ ତଦନକାରୀ ଅଧିକାରୀ ତା ନିକଟରୁ ୪ଟି ସୁନା ବିସ୍କୁଟ ପାଇଥିଲେ ।
ଅଭିଯୁକ୍ତ ଜଣକ ମଳକୋଷରେ ଏହି ବିସ୍କୁଟଗୁଡିକ ଅଠା ସାହାଯ୍ୟରେ ଲୁଚାଇ ରଖିଥିବା ସୂଚନା ମିଳିଛି । ସେ ଗତକାଲି ଏୟାର ଏସିଆ ବିମାନ ଏକେ-୩୧ରେ ଭୁବନେଶ୍ୱର ଆସିଥିଲେ । ଯାତ୍ରୀ ଜଣକ କାହିଁକି ସୁନା ବିସ୍କୁଟ ଏଠାକୁ ଆଣିଥିଲେ? କଣ ଥିଲା ତାଙ୍କର ମୋଟିଭ ସେନେଇ ଗୁଇନ୍ଦା ବିଭାଗ ଅଧିକାରୀ ତଦନ୍ତ ଚଳାଇଛନ୍ତି ।