ଭୁୁବନେଶ୍ୱର,୧୮ା୨/(ବ୍ୟୁରୋ): ନୟାପଲ୍ଲୀ ଥାନା ଅଂଚଳରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିିଛି । ତାଙ୍କ ନାଁ ସନ୍ତୋଷ କୁମାର ଦାସ(୨୦), ସେ କୃର୍ଷ୍ଣକଲ୍ୟାଣ ବସ୍ତିରେ ରହୁଥିବା ସୂଚନା ମିଳିଛି ।
ସେପଟେ ସ୍ଥାନୀୟ ଅଂଚଳରେ ଥଇବା ଉକ୍ରଳମଣୀ ନୋଡାଲ ସ୍କୁଲ ପାଖରେ ଥିବା ଏକ ଜାମୁ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ । ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।