ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଖୋର୍ଦ୍ଧା ଏରିଆରେ ଏକ ବଡ଼ ଧରଣର ଲୁଟ ହୋଇଛି । ଏକ ଫାଇନାନ୍ସ ଅଫିସରେ ପଶି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ୧୧ଲକ୍ଷ ଟଙ୍କା । ଶାଖା ପରିଚାଳକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭିତ କରାଇ ଦୁର୍ବୃତ୍ତମାନେ ଏଭଳି ଲୁଟପାଟ କରିଥିବା ସୂଚନା ମିଳିଛି ।
ତେବେ ଘଟଣା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ଅନୁସାରେ, ଖୋର୍ଦ୍ଧା ଅଞ୍ଚଳରେ ଥିବା ଏକ ଘରୋଇ ଫାଇନାନ୍ସ ଅଫିସ ସବୁଦିନ ଭଳି ଆଜି ଖୋଲା ରହିଥିବା ବେଳେ ଅଚାନକ ୨ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ । କେହି କିଛି ବୁଝିବା ପୂର୍ବରୁ ସେମାନେ ଶାଖା ପରିଚାଳକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭିତ କରାଇଥିଲେ । ପରେ ତାଙ୍କ ପାଖରୁ ୧୧ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।