ବଲାଙ୍ଗିର(ଏଟିଆର ବ୍ୟୁରୋ):ଦିନକୁ ଦିନ ସାଇବର କ୍ରାଇମ୍ ଯେଉଁଭଳି ଭାବରେ ଦୃତଗତିରେ ବଢିଚାଲିଛି । ଏହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଥିରୁ ରକ୍ଷା ପାଇବା ପାଇଁ ପୋଲିସ ଅନେକ ପଦକ୍ଷପମାନ ଗ୍ରହଣ କରୁଛି ସତ କିନ୍ତୁ ଏହା ସେପରି କିଛି ଆଖି ଦୃଷ୍ଟିଆ କାମ ଦେଉନାହିଁ । କେବଳ ଯେ ସାଧାରଣ ଲୋକ ଏଥିପାଇଁ ଅସୁବିଧା ଭୋଗ କରୁଛନ୍ତି ତାହା ନୁହେଁ ଅଭିନେତା ଠାରୁ ଆରମ୍ଭ କରି ରାଜନେତା ସମସ୍ତେ ଏହାର କରାଳ ଜାଲରେ । ପାଟଣାଗଡ ବିଧାୟକସରୋଜ ମେହେରଙ୍କ ସହ ଘଟିଛି ଏହିଭଳି ଏକ ଘଟଣା । ତାଙ୍କ ନାମରେ କେହି ଜଣେ ଅସାମାଜିକ ଲୋକ ଫେସବୁକରେ ଏକ ନକଲି ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ କରୁଥିଲେ । ହେଲେ ବଲାଙ୍ଗିର ପୋଲିସ ସେହି ଯୁବକକୁ ବସଷ୍ଟାଣ୍ଡରୁ ମାଡି ବସିଲା ପୋଲିସ । ସୂଚନା ମୁତାବକ, ଯୁବକ ଜଣକ ବିଧାୟକଙ୍କର ନକଲି ଆକାଉଣ୍ଟ ଖୋଲି ଗୋଟିଏ ମୋବାଇଲ ଦୋକାନକୁ ମୋବାଇଲଟିଏ ପଠାଇବାକୁ ମେସେଜ କରିଥିଲେ । ଦୋକାନୀ ମାଲିକ ଜଣକ ବିଧାୟକଙ୍କୁ ଭେଟିବା ପରେ ଏ ବାବଦରେ କହିଥିଲେ । ଏହାଏକ ଫେକ୍ ଆକାଉଣ୍ଟ ବୋଲି ଜାଣିବା ପରେ ବିଧାୟକ ପୋଲିସ ପାଖରେ ଅଭିଯୋଗ କରିଥିଲେ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024