ରାଉରକେଲା(ଏଟିଆର ବ୍ୟୁରୋ): ରାଉରକେଲା ସହରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବାରେ ସଫଳ ହେଉଛନ୍ତି ଅପରାଧି ମାନେ । ସେହିପରି ଗତ କାଲି ରାତିରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ମାଡ ମାରି ତାଙ୍କ ଠାରୁ ଲୁଟ କରିଛନ୍ତି ଦୁର୍ବୃତ୍ତ ମାନେ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବରପାଲି ଟୋଲଗେଟ୍ ଦେଇ ଏକ ଟକ୍ର ଯାଉଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ଟ୍ରକଟିକୁ ଅଟକାଇ ଥିଲେ । ଦୁର୍ବୃତ୍ତ ମାନେ ଟ୍ରକ ଡ୍ରାଇଭର ଦୀପକ ଘୋଷଙ୍କୁ ଟଙ୍କା ମାଗିଥିଲେ ଟଙ୍କା ନଦେବାରୁ ଦୁର୍ବୃତ୍ତ ମାନେ ଦୀପକଙ୍କୁ ଗାଡିରୁ ଟାଣି ଆଣି ମାଡ ମାରିଥିଲେ । ତେବେ ଏହା ପରେ ଦୀପକଙ୍କୁ ଛୁରା ମାଡ କରିଥିଲେ ଦୁର୍ବୃତ ମାନେ
। ଏଥିରେ ଦୀପକ ଆହାତ ହୋଇ ତଳେ ପଡି ଯାଇଥିଲେ । ଏହା ପରେ ଦୁର୍ବୃତ୍ତ ମାନେ ଦୀପକଙ୍କ ପାଖରୁ ୧୨ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୀପକଙ୍କ ପେଟ ଆଉ ମୁଣ୍ଡରେ ଆଘାତ ଲାଗିଛି । ଗୁରୁତର ଡ୍ରାଇଭରଙ୍କୁ ମେଡିକାଲେରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ବରପାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।