ଭୁବନେଶ୍ୱର,(ବ୍ୟୁରୋ): ଗୋଟିଏ ପଟେ ହୋଲିକୁ ନେଇ ରାଜଧାନୀ ଉତ୍ସବମୁଖର ଥିଲା । ଆଉ ସେପଟେ ଘଟିଥିଲା ରକ୍ତାକ୍ତ ସଘଂର୍ଷ । ଜଣେ କି ଦୁଇ ଜଣ ନୁହେଁ, ତିନି ଜଣଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ । କାରଣ କାହାର ମୁଣ୍ଡ ଫାଟିଛି ତ କାହାର ଶରୀରରେ ଲାଗିଛି ଗଭୀର ଆଘାତ । ଏଭିଳି ହିଂସା ଦେଖିବାକୁ ମିଳିଛି ସହିଦନଗର ଥାନା ୟୁନିଟ-୯ ଅଚଂଳରେ । ଲୁଟ ପାଇଁ ଏଇ ଆକ୍ରମଣ ହୋଇଥିବା ସୂଚନାମିଳିଛି ।
ଆକ୍ରମଣକରୀମାନେ ସୁନା ଚେନ ସମେତ ବ୍ରେସଲେଟ, ମୁଦି ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି । ସେପଟେ ଆକ୍ରମଣକାରୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଆହତମାନେ ହେଲେ କେଦାର ରାଓ, ସୁରେଶ ପ୍ରଧାନ ଓ ଭାସ୍କର ରାଓ । ସେହିପରି ଆକ୍ରମଣକାରୀ ହେଲେ ସେଖ ସୋନୁ, ବବଲୁ ଓ ଅନ୍ୟଜଣଙ୍କ ପରିଚୟ ମିଳି ପାରିନାହିଁ ।
ରିପୋର୍ଟ ଅନୁସାରେ ଆହତମାନେ ସହିଦନଗର ଅଚଂଳରେ ହୋଲି ମନାଉଥିଲେ । ଠିକ ଏହି ସମୟରେ ଅତ୍ୟଧିକ ନିଶା ସେବନକରି ଅକ୍ରମଣକାରୀମାନେ ସେଠାରେ ପହଚିଂ ଥିଲେ । କିଛି ବୁଝିବାସୁଝିବା ପୂର୍ବରୁ ସେମାନେ ଲୁଟ କରିବାକୁ ଉଦ୍ୟମ କରିଥିଲେ । ପ୍ରତିବାଦ କରିବାରୁ ଉପୁଜିଥିଲା ହିଂସା । ବାସ ଏହାପରେ ରାକ୍ତାକ୍ତ ପରିସ୍ଥିତି ସାମ୍ନାକୁ ଆସିଥିଲା ।
ଏଠି ପ୍ରଶ୍ନ ସୁରକ୍ଷା ପାଇଁ କମିଶନରେଟ ପୁଲିସ ସବୁ ସ୍ତରରେ ଚେଷ୍ଟା କରିଥିଲା । ଛକ ଛକରେ ପୁଲିସ ମୁତୟନ ହୋଇଥିଲା । ଏପରିସ୍ଥଳେ ଏଭଳି ଆକ୍ରମଣ ପ୍ରମାଣ କରୁଛି କମିଶନରେଟ ପୁଲିସର ଢ଼ିଲା ସୁରକ୍ଷା ଵ୍ୟଵସ୍ଥାକୁ । ରିପୋର୍ଟ କହୁଛି ହୋଲିରେ ରାଜଧାନୀରେ ପାଖାପାଖି ୧୫ରୁ ଅଧିକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ମାମଲା ଥାନାରେ ପହଚିଂଛି ।
Durga Mahala
Love you bhai