ଭୁୁବନେଶ୍ୱର,୨୦ା୨/(ବ୍ୟୁରୋ): ଗୋଟିଏ କି’ ଦୁଇଟି ନୁହେଁ ଏକାବେଳକେ ୪୦୬ଟି କଇଁଛ ଜବତ । ତାହା ପୁଣି ବିରଳ ପ୍ରଜାତୀର । ଭୁବନେଶ୍ୱରରୁ ବାଲାଂଦେଶକୁ ଚୋରା ଚାଲାଣ ହେଉଥିବା ବେଳେ ମଙ୍ଗଳବାର ଚଢା଼ଉ କରିଥିଲା ରାଜସ୍ୱ ଗୁଇନ୍ଦା ବିଭାଗ । ଚଢ଼ାଉ ବେଳେ ବିରଳ ପ୍ରଜାତିର ୪୦୬ଟି କଇଁଛକୁ ଉଦ୍ଧାର କରାଯିବା ସହ ଘଟଣାରେ ୨ ଜଣ ମହିଳା ଧରାପଡିଥିଲେ ।
ସକାଳ ପ୍ରାୟ ସାଢ଼େ ୭ଟାରେ ରାଜସ୍ୱ ଗୁଇନ୍ଦା ବିଭାଗ ଆନ୍ଧ୍ର ପ୍ରଦେଶ ବିଜୟୱାଡା ରେଳ ଷ୍ଟେସନ୍ରେ ଚଢ଼ାଉ କରିଥିଲା । ଜବତ କଇଁଛ ସ୍କେଡୁଲ-୪ ଓ ଭାରତୀୟ ଷ୍ଟାର କଇଁଛ ବୋଲି ଚିହ୍ନଟ କରାଯାଇଛି । ଗିରଫ ୨ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି ।