ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଘୂର୍ଣ୍ଣିବଳୟ ବୁରେବି ଡ଼ିସେମ୍ବର ୪ ତାରିଖ ଦିନ ତାମିଲନାଡ଼ୁ ଉପକୂଳ ରେ ସ୍ଥଳଭାଗରେ ପ୍ରବେଶ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୁଚନା ଦେଇଛି ।ମାଳଦ୍ୱୀପ ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟାର ନାମକରଣ କରିଛି ।
ଡ଼ିସେମ୍ବର ୨ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ବାତ୍ୟା ତ୍ରିଙ୍କୋମାଲୀ ପାଖ ଦେଇ ଶ୍ରୀଲଙ୍କା ଉପକୁଳ ଅତିକ୍ରମ କରିବ ବୋଲି ପୁର୍ବାନୁମାନ କରାଯାଇଛି ।ଏହା ଘଣ୍ଟା ପ୍ରତି ୯୫ କିଲୋମିଟର ବେଗରେ ବହୁଥିବା ବେଳେ ବତାସର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିପାରେ ।
ଡ଼ିସେମ୍ବର ୩ ତାରିଖରେ ଏହା ପଶ୍ଚିମ ପ୍ରାନ୍ତକୁ ଗତିକରି ମାନ୍ନର ଉପସାଗର ଏବଂ ତତ୍ସଂଲଗ୍ନ କମୋରିନ୍ ଅଞ୍ଚଳରେ ପହଞ୍ଚିବ । ଓ ପରେ ଡ଼ିସେମ୍ବର ୪ ତାରିଖରେ କନ୍ୟାକୁମାରୀ ଏବଂ ପାମ୍ବନ ମଧ୍ୟ ଦେଇ ତାମିଲନାଡ଼ୁ ଉପକୂଳ ଦେଇ ଗତି କରିବ ।
ପାଣିପାଗ ବିଭାଗର ନିର୍ଦେଶକ ମୃତ୍ୟୁଞ୍ଜୟ କହିଛନ୍ତି , ଏହା ନିଭାର ପରି ଏତେ ଉଗ୍ର ରୂପ ଧାରଣ କରିବ ନାହିଁ । ବ୍ୟତିରେକେ, କେରଳର ତିରୁବନନ୍ତପୁରମ, କୋଲାମ, ପତନମତିତ୍ତ ଏବଂ ଆଲାପ୍ପୁଜାରେ ଡିସେମ୍ବର ୩ ତାରିଖ ଦିନ ପ୍ରବଳ ବର୍ଷା ହୋଇପାରେ।