ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବରିଷ୍ଠ ରାଜନେତା ଦାମ ରାଉତ ଆଉ ନିର୍ବାଚନ ଲଢିବେ ନାହିଁ । ଏ କଥା ଆମେ କହୁନାହୁ ଏକଥା କହିଛନ୍ତି ଖୋଦ ଦାମ ବାବୁ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ ରାଉତ ଏହା କହିଛନ୍ତି । ଦୀର୍ଘ ଦିନ ହେଲା ସେ ନିର୍ବାଚନ ଲଢୁଛନ୍ତି । ଏବେ ଆଉ ତାଙ୍କର ବୟସ ନାହିଁ ନିର୍ବାଚନ ଲଢିବାକୁ, ଏମିତି ବୟସରଙ୍କ ମୁଁ କେମିତି ନିର୍ବାଚନ ଲଢିବି । ସାଧାରଣ ନିର୍ବାଚନ ପରେ ଦଳ ମୋତେ ଆଉ ଅବଶ୍ୟକତା କରୁନି । ଏମିତି କି ଦଳ ତାଙ୍କୁ ପଚାରୁ ନଥିବା କଥା ମଧ୍ୟ ସେ ସିଧା ସିଧା କହିଛନ୍ତି ।
ତେଣୁ ସେ ଆଉ ଦଳୀୟ ରାଜନୀତିରେ ରହିବେ ନାହିଁ । ମାତ୍ର ପୂର୍ବଭଳି ଲୋକଙ୍କ ସେବା କରିବେ । ଦାମଙ୍କ ଏମିତି ଘୋଷଣା ପରେ ପୁଅଙ୍କ ରାଜନୈତିକ କ୍ୟାରିୟର ପାଇଁ ଦାମ ଏହି ନିଷ୍ପତି ନେଇଥିବା ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ବିଜେପି ପକ୍ଷରୁ ଆଜି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ଯେଉଁଥିରେ ଦାମଙ୍କ ନାମ ନାହିଁ । ତେଣୁ ଦାମ ବାବୁ ବିଜେପି ଉପରେ ଅଭିମାନ କରି ଏମିତି ନିଷ୍ପତି ନେଇଥିବା କୁହାଯାଉଛି ।