ମୁମ୍ବାଇ(ଏଟିଆର ବ୍ୟୁରୋ): ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦିୟା ମିର୍ଜା । ଦିଆ ମାଲଦ୍ୱୀପରୁ ଏକ ଫଟୋ ପୋଷ୍ଟ କରି ନିଜ ଫ୍ୟାନ୍ସ ମାନଙ୍କୁ ଏହି ଖୁସି ଖବର ଜଣାଇଛନ୍ତି । ଚଳିତବର୍ଷ ଫେବ୍ରୁଆରୀ ୧୫ ରେ ଦିଆ ନିଜ ପ୍ରେମିକ ବୈଭବ ରେଖାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ସୋସିଆଲ ମିଡିଆରେ ଲଗାତାର ଭାବେ ଦିୟା ନିଜର ଫଟୋ ପୋଷ୍ଟ କରୁଛନ୍ତି ।
ଫଟୋଟିରେ ତାଙ୍କ ବେବି ବମ୍ପକୁ କୋଳେଇ ଧରିବା ସହ ଏକ ସୁନ୍ଦର କବିତା ମଧ୍ୟ ଲେଖିଛନ୍ତି । ଏହି କିବତାଟିରେ ସେ ତାଙ୍କର ମା’ ହେବାକୁ ଯାଉଥିବାର ଭାବନାକୁ ଅତି ସୁନ୍ଦର ଭାବେ ସେ ବର୍ଣ୍ଣନା କରିଛନ୍ତି । ଏହି ଖବର ଶୁଣିବା ପରେ ଦିୟାଙ୍କ ପ୍ରଶଂସକଙ୍କ ସହ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡେଜ୍, ଶିବାନୀ ଦଣ୍ଡେକର, ତାହିର କଶ୍ୟପ, ମହୀପ କପୁର ଓ ଅନ୍ୟମାନେ ଅଭିନନ୍ଦନ ଜଣାଇଥିଲେ।