ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜଧାନୀରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଡ଼୍ରାଇଭିଂ ଲାଇସେନ୍ସ ବାତିଲ ଯୋଜନା କଡ଼ାକଡ଼ି କରାଯାଇଛି । ଗତ ୧୦ ଦିନ ମଧ୍ୟରେ ଏହି କାରଣରୁ ୯୭ ଜଣ ଲୋକଙ୍କ ଡ଼୍ରାଇଭିଂ ଲାଇସେନ୍ସ ବାତିଲ କରିଛି ପୋଲିସ । ଆରଟିଓ ୧ ରେ ୧୩ ଟି ଲାଇସେନ୍ସ ବାତିଲ ହୋଇଥିବା ବେଳେ ଆରଟିଓ ୨ ରେ ୮୪ ଟି ଲାଇସେନ୍ସ ବାତିଲ କରାଯାଇଛି ।
ଏହି ଡ଼୍ରାଇଭିଂ ଲାଇସେନ୍ସ ବାତିଲ ନେଇ ଅନ୍ୟ ଲୋକଙ୍କୁ ଗାଡ଼ି ଦେଇ ଗାଡ଼ି ମାଲିକମାନେ ଫସୁଛନ୍ତି । ଗାଡ଼ି ନମ୍ବର ଆଧାରରେ ଚାଲାଣ କଟାଯାଉଥିବାରୁ ଗାଡ଼ି ମାଲିକ ନାଁରେ ମାମଲା ହେଉଛି । ଫଳରେ ଗାଡ଼ି ମାଲିକର ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇ ଯାଉଛି।
ସେହିଭଳି ପତ୍ନୀଙ୍କ ନାମରେ ଥିବା ଗାଡ଼ି ଚଳାଇବାବେଳେ ସ୍ବାମୀ ନିୟମ ଭାଙ୍ଗୁଥିବାରୁ ପତ୍ନୀଙ୍କ ନାମରେ ଚାଲାଣ ଯାଉଛି। ମାତ୍ର ପତ୍ନୀଙ୍କର ଲାଇସେନ୍ସ ନଥିବାରୁ ଏହି ଯୋଜନାଟି କାର୍ୟ୍ୟକାରୀ ହୋଇପାରୁନାହିଁ।ବିଭାଗୀୟ ଅଧିକାରୀମାନଙ୍କ କହିବା କଥା ଅନ୍ୟକୁ ଗାଡ଼ି ଦେବା ବେଳେ ହେଲ୍ମେଟ୍ କଥାକୁ ଗୁରୁତ୍ବ ଦେବାକୁ ପଡ଼ିବ। ନଚେତ୍ ଯିଏ ଗାଡ଼ି ଚଳାଇଲେ ବି ମାଲିକ ହିଁ ଫସିବା ସାର ହେବ