ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଦେଶର ସ୍ୱାଧୀନ ହେବାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ଇଂରେଜଙ୍କ ଲାଞ୍ଜ ଧରି ଆମେ ପଡିଥିବା କହିଛନ୍ତି ଜଗନ୍ନାଥଙ୍କ ଆଦ୍ୟ ସେବକ ଶ୍ରୀ ଦିବ୍ୟସିଂହ ଦେବ । ନିକଟରେ ଯାଇଥିବା ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶାକୁ ନେଇ ଗଜପତି ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ହୋଇଥିବା ଜୟ ରାଜଗୁରୁ ଜୟନ୍ତୀ ଅବସରରେ ଯୋଗ ଦେଇଥିବା ଏକ ମତ ଦେଇଛନ୍ତି । ମେକ ଇନ ଓଡିଶା କନକ୍ଳେଭର ଏକ ପୋଷ୍ଟରରେ ଲେଖାଥିବା ମକ୍ଟଜ୍ଞର ହକ୍ଟସଦ୍ଭ ଗ୍ଧକ୍ଟ ହଙ୍କଶଶରକ୍ସଦ୍ଭବଙ୍କଗ୍ଧ ନେଇ ନିଜର ମନ୍ତବ୍ୟରେ କହିଛନ୍ତି ଜଗନ୍ନାଥଙ୍କୁ ବିଦେଶୀ ମାନଙ୍କ ପାଟିରେ ଜଗନଥ କହୁଥିଲେ । ଯାହାକି ପୋଷ୍ଟରରେ ଲେଖାଥିବା କହିଛନ୍ତି । ଏଚ୍ଚୁ ଉଦେଶ୍ୟରେ କହିଛନ୍ତି କି ଆମେ ଆଜି ପର୍ଯ୍ୟନ୍ତ ଇଂରେଜ ମାନଙ୍କ ଲାଞ୍ଜ ଧରି ପଡିଛେ ।
ଆୟୋଜିତ ସଭାରେ ପୂର୍ବ ଅତିଥୀମାନେ କହିଥିବା ୩ଟି ଅସୁନ୍ଦର କଥାକୁ ସୁନ୍ଦର ଭାବରେ ବୁଝାଇଥିବା ଉଦାହରଣ ବେଳେ ଗଜପତି ଏଭଳି କହିଥିଲେ । ପୁରୀ ରାଜା କହିଥିଲେ ଦ୍ୱିତିୟ ଅସୁନ୍ଦର କଥା ହେଉଛି କଙ୍କଡା ନିତୀ ଚାଲିଛି । କାରଣ ୧୮୦୪ରେ ହୋଇଥିବା ପାଇକ ବିଦ୍ରୋହରେ ଜୟୀ ରାଜଗୁରୁ ମୁଖ୍ୟ କର୍ଣ୍ଣଧାର ଥିଲେ । ତେବେ ୧୮୧୭କୁ ପାଇକ ବିଦ୍ରୋହକୁ ସରକାରୀ ଭାବରେ ମନାଯାଉଛି । କାରଣ ୧୮୧୭ରେ ଏହା ବଡ ଧରଣର ବିଦ୍ରୋହ ହୋଇଥିଲା । ମାତ୍ର ପ୍ରଥମେ ଏହି ବିଦ୍ରୋହର ସୂତ୍ରପାତ କରିଥିଲେ ଜୟୀ ରାଜଗୁରୁ । କିନ୍ତୁ ୧୮୦୪କୁ ପାଇକ ବିଦ୍ରୋହର ମାନ୍ୟତା ଦେଇନଥିବାରୁ ଏହା ଜୟୀ ରାଜଗୁରୁଙ୍କ ପ୍ରତି ଏକ ଅପମାନ ବୋଲି କହିଛନ୍ତି ଗଜପତି ।
ତୃତୀୟ ଅସୁନ୍ଦର କଥା ହେଲା ଓଙ୍ଗିଆ ଜାତି ତଳକୁ ଖସିଯାଇଛି । କାରଣ ଆମେ ଭୈାତିକ ସଂସ୍କୃତି ପଛରେ ପଡିଛେ ଏଣୁ ଆମେ ଟଙ୍କା ରୋଜଗାର କରିବାକୁ ଯାଇ ମହାପ୍ରଭୂଙ୍କୁ ଭୁଲି ଯାଉଛେ । ତେବେ ଓଙ୍ଗିଶାରେ ଗୋଟିଏ ପରେ ଗୋଟିଏ ସମସ୍ୟା ଏବଂ ଅସୁବିଧାର କାରଣ ହେଉଛି ଆମେ ପ୍ରଭୁଙ୍କ ଠାରୁ ଦୂରେଇ ଯାଇଛେ । ଜୟୀ ରାଜଗୁରୁ ଏହି ମହାପ୍ରଭୂଙ୍କ ବଳରେ ପ୍ରଥମେ ପାଇକ ବିଦ୍ରୋହ କରିବା ପାଇଁ ବାହାରିଥିବା କହିଥିଲେ ଗଜପତି ଦିବ୍ୟସିଂହ ଦେବ ।
ରିପୋର୍ଟ ; ଗୁଣନିଧି ବେହେରା