ଗାଜିଆବାଦ(ଏଟିଆର ବ୍ୟୁରୋ):ଉତ୍ତରପ୍ରଦେଶର ଗାଜିଆବାଦର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି କାରଖାନରେ ଡାକ୍ତରୀ ସରଞ୍ଜାମ ତଥା ପିପିଇ କିଟ,ମାସ୍କ ଇତ୍ୟାଦି ଉତ୍ପାଦନ କରାଯାଉଥିଲା । ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୪ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କାରଖାନାରେ ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଆହତ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ୫ ଜଣ ମ୍ୟାକ୍ସ ହସ୍ପିଟାଲରେ ଓ ଅନ୍ୟ ୮ ଜଣଙ୍କୁ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି ।
ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି ।