ବାଲିଗୁଡା (ଏଟିଆର ବ୍ୟୁରୋ); ଭାଇ ହେଇଗଲା ଭଗାରୀ । ଶେଷରେ ଜମି ପାଇଁ ଭାଇ ଉପରକୁ ଚଳାଇଲା ଗୁଳି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳି କରିଥିବା ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ପୋଲିସରେ ଖବର ପହଁଞ୍ଚିବା ପରେ ପୋଲିସ ତନାଘନା ଚଳାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବାଲିଗୁଡା ଅନ୍ତର୍ଗତ କାମେରି ଗାଁରେ ଜମି ଜମା ଘଟଣାକୁ ନେଇ ଜଣେ ସମ୍ପର୍କୀୟ ଭାଇ ସେହି ଗ୍ରାମର ଦୁଇଭାଇଙ୍କର ବଚସା ହୋଇଥିଲା । ପରେ ସମ୍ପର୍କୀୟଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଫଳରେ ରାଗକୁ ନିୟନ୍ତ୍ରଣ ନକରି ଦୁଇ ଭାଇଙ୍କ ଉପରକୁ ଗୁଳି ଚଳାଇଥିଲା ।
ଏହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ଜଣେ ଭାଇର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭାଇ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବାଲିଗୁଡା ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ଘଟଣା ସର୍ମ୍ପର୍କରେ ଖବର ପାଇବା ପରେ ତନାଘନା କରୁଛି । ତେବେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।