ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟସରକାର ବାରମ୍ବାର ସର୍ତକର୍ତ୍ତା କରାଇବା ସହିତ ସାମାଜିକ ଦୂରତ୍ୱ ବଜୟା ରଖିବା ପାଇଁ କହୁଛନ୍ତି । ଇତିମଧ୍ୟରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଖାସ୍ କରି ଅନ୍ତଃରାଜ୍ୟ ବସ୍ ଚଳାଚଳକୁ ବନ୍ଦ କରିଛନ୍ତି ।
କରୋନା ମୁକାବିଲା ପାଇଁ ରାଜ୍ୟର କିଛି ସ୍ଥାନକୁ ଲକଡାଉନ୍ କରାଯାଇଥିବା ବେଳେ ଏବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ କୌଣସି ବାହାର ରାଜ୍ୟକୁ ବସ୍ ଚାଲିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହାସହିିତ ବାହାର ରାଜ୍ୟ ମାନଙ୍କରୁ ମଧ୍ୟ କୌଣସି ବସ୍ ଓଡିଶା ଭିତରକୁ ପ୍ରବେଶ କରିବ ନାହିଁ । ଏହି ପ୍ରକ୍ରିୟା ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ରାଜ୍ୟସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।