ବାଲେଶ୍ୱର ( ଏଟିଆର ବ୍ୟୁରୋ): ଭସାଣୀ ପାଇଁ ଖଚାଖଚ ଭିଡ । ଶୋରିଷ ବୁଣିବାକୁ ଯାଗା ନାହିଁ । ଯୁଆଡେ ଦେଖିବ ସିଆଡେ ମାଳମାଳ ଲୋକ । ଏହି ଭିଡ ଭିତରୁ ସୁନା ଦେକାନୀଙ୍କ ଠାରୁ ଲୁଟି ନେଲେ ୨ କେଜିରୁ ଅଧିକ ସୁନା ଅଳଙ୍କାର । ଏମିତି ଏକ ବଡ ଧରଣର ଲୁଟ ହୋଇଛି ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନା ନିକଟରେ । ସୂଚନା ଅନୁସାରେ ଗତକାଲି ମା ଗଜଲକ୍ଷ୍ମୀଙ୍କ ଭଷାଣୀକୁ ନେଇ ସହରରେ ପ୍ରବଳ ଭିଡ ରହିଥିଲା ।
ଏହି ସମୟରେ ରାତିରେ ଉଷା ଜୁଏଲାରୀ ମାଲିକ ଅଶୋକ କୁମାର ପାତ୍ର ସୋରୁମ ବନ୍ଦ କରି ୨ କେଜିରୁ ଅଧିକ ଓଜଜନର ସୁନା ବ୍ୟାଗରେ ପୁରାଇ ଘର ଅଭିମୁଖେ ଯାଉଥିଲେ । ଯାହାକୁ ପୂର୍ବରୁ ଅନୁସରଣ କରୁଥିଲେ ୨ ଜଣ ଲୁଟେରା । ଅଶୋକ ଯେତେବେଳେ ସୋର ଡାକ୍ତରଖାନା ଛକ ନିକଟରେ ହୋଇଛନ୍ତି ଏହି ସମୟରେ ଦୁଇ ଜଣ ଲୁଟେରା ଏକ କଳା ରଙ୍ଗର ପଲସର ବାଇକରେ ଆସି ତାଙ୍କ ପାଖରୁ ସୁନା ବ୍ୟାଗକୁ ଝାମ୍ପି ନେଇଥିଲେ ।
ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଅଶୋକ । ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ଖୋଳତାଡ ଆରମ୍ଭ କରିଛି ।