ବ୍ରହ୍ମପୁର (ଏଟିଆର ବ୍ୟୁରୋ); ଗୋଟିଏ ମଣ୍ଡପରେ ବିବାହ କଲେ ୬ ଯୋଡି ବରକନ୍ୟା । ହୋଇଛି ସାମୂହିକ ବିବାହ ଉତ୍ସବ । ତେବେ ଏଭଳି ଉତ୍ସବ ଦେଖିବାକୁ ମିଳିଛି ବ୍ରହ୍ମପୁର ଇନର ହ୍ୱିଲ କ୍ଳବରେ । ଗରୀବ ବର କନ୍ୟାକୁ ବିବାହ କରାଉଛି କ୍ଳବ । ଯାହାକୁ ନେଇ ବେଶ ଖୁସି ଅଛନ୍ତି ବର କନ୍ୟା ଏବଂ ପରିବାର ଲୋକ । ଆର୍ଥିକ ଅନାଟନ ଏବଂ ଅନଗ୍ରସର ଯୁବକ ଯୁବତୀମାନେ ବିବାହ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଣୁ ଏମାନଙ୍କୁ କ୍ଳବ ପକ୍ଷରୁ ସହାୟତା ପ୍ରଦାନ କରାଇଥାନ୍ତି । ଏବଂ କ୍ଳବରେ ବିବାହ କରାଯାଇଥାଏ ।
ଏକ ନିଆରା ପ୍ରୟାସ ଆରମ୍ଭ କରିଛି କ୍ଳବ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । ତେବେ ଏମାନଙ୍କ ପାଇଁ ବହୁତ ଗରୀବ ଯୁବକ ଯୁବତୀ ବିବାହ କରିବା ସୁଯୋଗ ପାଉଛନ୍ତି । ଏଣୁ ସମସ୍ତେ ଏହାକୁ ବହୁତ ପ୍ରଂଶସା କରିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି ପ୍ରୟାସ ଜାରି ରହିବ ବୋଲି ସୂଚନା ଦେଇଛି କ୍ଳବ ।