ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ମହିଳା ମାନେ ସବୁବେଳେ ନିଜ କେଶ ଓ ତ୍ୱଚାର ଯତ୍ନ ନେଇଥାନ୍ତି । ମାତ୍ର ପୁରୁଷମାନେ ଏହି ସବୁ ପ୍ରତି ସେତେଟା ଧ୍ୟାନ ଦେଇ ନଥାନ୍ତି । ଯାହା ଫଳରେ ପୁରୁଷମାନେ ଖୁବ କମ ବୟସରେ ସେମାନଙ୍କ ଉଜ୍ୱଳତା ହରାଇଥାନ୍ତି । ଦୁନିଆରେ ଖୁବ କମ ପୁରୁଷ ଅଛନ୍ତି ଯେଉଁମାନେ ସେମାନଙ୍କ ତ୍ୱଚାର ଯତ୍ନ ମହିଳା ମାନଙ୍କ ପରି ନେଇଥାନ୍ତି । ତେବେ ଆସନ୍ତୁ ଜାଣିବା ତ୍ୱଚାକୁ ନେଇ ପୁରୁଷ ମାନଙ୍କର ୩ ଟି ପ୍ରମୁଖ ଭୁଲ
ମଶ୍ଚରାଇଜର ବ୍ୟବହାର ନକରିବା
ତ୍ୱଚାରେ ମଶ୍ଚରାଇଜର ଲଗାଇବା ଏବଂ ଟୋନିଙ୍ଗ କରିବା କେବଳ ମହିଳା ମାନଙ୍କ ପାଇଁ ନୁହେଁ ବରଂ ଏହା ପୁରୁଷ ମାନଙ୍କ ପାଇଁ ମଧ୍ୟ ଉପାଦେୟ ହୋଇଥାଏ । ସୁନ୍ଦର ତ୍ୱଚା ପାଇଁ ମଶ୍ଚରାଇଜର ବ୍ୟବହାର କରିବା ନିହାତି ଆବଶ୍ୟକ ।
ପାଦକୁ ଅଣଦେଖା କରିବା
ପୁରୁଷ ମାନେ ସାଧାରଣତଃ ପାଦକୁ ଅଧିକ ଅଣଦେଖା କରିଥାନ୍ତି । ମାତ୍ର ପାଦର ଅଙ୍ଗୁଳି ସନ୍ଧି ଏବଂ ପାଦକୁ ସଫା ସୁତୁରା ରଖିବା ନିହାତି ଆବଶ୍ୟକ । ପୁଅମାନେ ସାଧାରଣତ ସବୁବେଳେ ମୋଜା ପିନ୍ଧୁଥିବାରୁ ସେମାନଙ୍କ ଅଙ୍ଗୁଳି ସନ୍ଧି ଅଧିକ ମାତ୍ରାରେ ଝାଳ ହୋଇଥାଏ । ଫଳରେ ଏହାକୁ ଭଲ ଭାବେ ସଫା ନକଲେ ଏହା ପାଦ ପାଇଁ କ୍ଷତିକାରକ ହୋଇଥାଏ ।
ସାବୁନର ବ୍ୟବହାର
ସାଧାରଣତ ଆଜିକାଲି ମାର୍କେଟରେ ଫେସୱାସ ଓ ବଡି ୱାସ ସାମ୍ପୋ ଆସିବା ପରେ ମହିଳାମାନେ ଏବେ ସାବୁନକୁ ଅଧିକ ମାତ୍ରାରେ ବ୍ୟବହାର କରୁନାହାନ୍ତି । କାରଣ ଅଧିକ ମାତ୍ରାରେ ସାବୁନ ବ୍ୟବହାର କରିବା ଦ୍ୱାରା ତ୍ୱଚାର କୋମଳତା ନଷ୍ଟ ହୋଇଥାଏ । ପୁରୁଷମାନେ ମଧ୍ୟ ସାବୁନ ବଦଳରେ ମୁହଁରେ ଫେସୱାସ ଲଗାଇବା ଉଚିତ ।